ମହିଳା ଓକିଲଙ୍କ ଘରେ ପଶି ଭଙ୍ଗାରୁଜା ଓ ଆତଙ୍କ ଖେଳାଇବା ମାମଲା -୩ ଗିରଫ ; ସଂଘର ରାସ୍ତାରୋକ ପ୍ରତ୍ୟାହୃତ
ଭଞ୍ଜନଗର---- ଓକିଲଙ୍କ ଘରେ ପଶି ଦୁବୃର୍ତ୍ତ ଙ୍କ ଆତଙ୍କରାଜ ମାମଲାରେ ସ୍ଥାନୀୟ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ପୁଲିସ ର କାର୍ଯ୍ୟାନୁଷ୍ଠାନ ପରେ ଓକିଲ ସଂଘର ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।
ଖବର ନେବାରେ ଜଣେ ପଡୋଶୀ ଯୁବକଙ୍କୁ ଅସାମାଜିକ ଯୁବକଙ୍କ କବଳରୁ ରକ୍ଷା କରିବାକୁ ଯାଇ ଜଣେ ମହିଳା ଓକିଲ ଅଭାଗିନୀ ବିଷୋୟୀ ଓ ତାଙ୍କ ପରିବାର ଅସାମାଜିକ ଯୁବକମାନଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ଇତିମଧ୍ୟରେ ୪୦ ଘଣ୍ଟା ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଅଭିଯୁକ୍ତ ଯୁବକ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା। ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅଯଥା କାଳକ୍ଷେପଣ ନୀତି ଆପଣାଉ ଥିବାରୁ ଏହାର ପ୍ରତିବାଦରେ ଓକିଲ ସଂଘ ରାଜରାସ୍ତାକୁ ଓଲ୍ଲାଇଛନ୍ତି। ଶୁକ୍ରବାର ଅପରାହ୍ନ ୩ଟାରେ ଓକିଲମାନେ କୋର୍ଟ ଆଗ ଦେଇ ଯାଇଥିବା ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ। ଥାନା ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେ ସମ୍ପର୍କରେ ଅବଗତ କରାଇବା ଜରୁରୀ ବୋଲି ଓକିଲ ମାନେ ଅଡି ବସିଥିଲେ। ଫଳରେ ଘଟଣାସ୍ଥଳରେ ଏକପ୍ରକାର ଅସ୍ବଭାବିକ ପରିସ୍ଥିତି ଲାଗି ରହିଥିଲା।
ବୁଧବାର ରାତି ୧୦ଟାରେ କିଛି ଦୁବୃର୍ତ୍ତ ଜଣେ ଦଳିତ ଯୁବକ କୁ ଆକ୍ରମଣ କରିଥିଲେ। ଆଉ ଜୀବନ ବଞ୍ଚାଇ ରଖିବାକୁ ଯୁବକ ଜଣକ ମହିଳା ଓକିଲ ଅଭାଗିନୀ ବିଷୋୟୀ ଙ୍କ ଘର ପାଚେରୀ ଗେଟ୍ ଦେଇ ପଶିବା ସହ ବଞ୍ଚାଇବାକୁ ଚିତ୍କାର କରିଥିଲା। ଚିତ୍କାର ଶୁଣି ଅଭାଗିନୀ ଙ୍କ ପରିବାର ବାହାରକୁ ଆସି ପାଟି କରିବାରୁ ଦୁବୃର୍ତ୍ତ ମାନେ ସେଠାରୁ ଚାଲିଯାଇଥିଲେ। ପରେ ପୁଣିଥରେ ମହିଳା ଓକିଲ ଙ୍କ ଘର ପାଚେରୀ ଭାଙ୍ଗି ଦୁବୃର୍ତ୍ତ ମାନେ ପୋର୍ଟିକୋ ବାହାରେ ଥିବା ୨ଟି ମଟର ସାଇକେଲ ଓ ଗୋଟିଏ ଫ୍ରିଜ୍ ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ କରିଦେଇ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରି ଯାଇଥିଲେ। ଏହି ଘଟଣାରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁଅ । ପୋଲିସ ଶେଷରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଓକିଲ ସଂଘ ପକ୍ଷରୁ କରାଯାଇଥିବା ରାସ୍ତା ଅବରୋଧ ହଟିଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୨------୯,୧୫ Sakhigopal News,18/11/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୨------୯,୧୫ Sakhigopal News,18/11/2022