ରଙ୍ଗଣିସାହି ଅଙ୍ଗନବାଡି କେନ୍ଦ୍ରରେ ବାର୍ଷିକ ଅଙ୍କୁର ଦିବସ ପାଳିତ
ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ ର ରଙ୍ଗଣିସାହି ଅଙ୍ଗନବାଡି କେନ୍ଦ୍ରରେ ବାର୍ଷିକ ଅଙ୍କୁର ଦିବସ ପାଳିତ ହୋଇଯାଇଛି। ସିଡିପିଓ ଓ ସୁପରଭାଇଜର ମିତା ନାଗଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ବିଶ୍ବଜିତା । ଏହି କାର୍ଯ୍ୟକ୍ରମକୁ ମହିଳା ସଂଘ ନେତ୍ରୀ ନେତ୍ରମଣି ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱ।ଡସଭ୍ଯା ଜଲିତା ସାହୁ, ସଂଯୁକ୍ତା ମଲ୍ଲିକଙ୍କ ସହିତ ମାତୃ କମିଟି, ଯାଞ୍ଚ କମିଟି , ମହିଳା ଗୋଷ୍ଠୀରସଭ୍ଯା ମାନେ , ଅଙ୍ଗନବାଡି କେନ୍ଦ୍ରର ସହାୟିକା ପ୍ରଭାତି ସାହୁ ଓ ପିଲାମାନଙ୍କର ଅଭିଭାବକମାନେ ଉପସ୍ଥିତ ରହିଥିଲେ। କୁନି କୁନି ପିଲାମାନଙ୍କ ମଧ୍ୟରେ ଆଳୁଚାମଚ ଓବଲ ଫିଙ୍ଗା ଖେଳ ପ୍ରତିଯୋଗିତା କରାଯାଇଥିଲା। ସେହିପରି ସତ୍ଯବାଦୀର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଅଙ୍କୁର ଦିବସ ପାଳିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୧/୨୦୨୨---୭,୧୦ Sakhigopal News,19/11/2022