ସଇଁନ୍ତଲା ବ୍ଲକ କୁଇକେଡା ଉଚ୍ଚ ବିଦ୍ୟାଳୟରେ 'ମୋ ସ୍କୁଲ' ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗିର, ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚୟତର ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ କୁଇକେଡା ଠାରେ ରାଜ୍ୟ ସରକାରଙ୍କ 'ମୋ ସ୍କୁଲ' ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଲେ କୁଇକେଡା ସରପଞ୍ଚ ଜୁଗଲାଲ୍ ମାଝୀ,ଗଣ୍ଡପତ୍ରାପାଲି ସରପଞ୍ଚ ମନିସ ସୁନା,ସ୍ଥାନୀୟ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇ,ସ୍କୁଲ ପରିଚାଲନା କମିଟି ସଭାପତି ପ୍ରଶାନ୍ତ ବାଗ,ଅଭିରାମ ନନ୍ଦ, ଦିବାକର ଭୋଇ ଓ ଶିକ୍ଷକ ଗଣେଶ ତାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ପଣ୍ଡିତ ନେହେରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ଅତିଥି ଓ ଶିକ୍ଷକ ମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରଯାଇଥିଲା।ଦୀର୍ଘ ୨୯ ବର୍ଷ ପରେ ସ୍କୁଲରେ ଗୁରୁ ଶିଷ୍ୟ ମାନଙ୍କର ଏକ ମିଳନ ସହିତ ଭାବବିହୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପୁରୁଣା ଛାତ୍ରଛାତ୍ରୀ ମାନେ ବିଦ୍ୟାଲୟର ବିକାଶ ଦିଗରେ ନିଜ ଅବଦାନ ଯାରିରଖିବାକୁ ମତ ପ୍ରକାଶ କରିଥିଲେ।ଏହି ଅବସରରେ ୨୦୧୦ ବ୍ୟାଚର ପୂରାତନ ଛାତ୍ରଛାତ୍ରୀ ମାନେ ୨୦୦୦ ଟଙ୍କା ଅର୍ଥ ରାଶି ସହାୟତା କରିଥିବା ବେଳେ ସ୍କୁଲର ପୂରୁତନ ଛାତ୍ର ସମୁଏଲ୍ ନନ୍ଦ ୫୦୦୦ ଟଙ୍କା, ମମିତା ପଟେଲ ଟଙ୍କା ଓ ୨୦୦୮ ବ୍ୟଚର ଛାତ୍ର ଛାତ୍ରୀ ୩୫୦୦ ଟଙ୍କା ପ୍ରଦାନ କରିଥିଲେ।ପରେ ପୁରାତନତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ କୌତୁକ ପଟେଲ ମଞ୍ଚ ପରିଚାଳନା କରିଥିଲେ। ସାମୁଏଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଫୁଲ୍ଲ ସାହୁ, ରଧାଗୋବିନ୍ଦ ନାଏକ,ସାତ୍ୟବାସ ପଟେଲ, ତିରେନ୍ଦ୍ର ପଧାନ, ଦିଲୀପ ରଣା, ଶରତଚନ୍ଦ୍ର ରାଉତ ସମେତ ସୁନିଲ ଭୋଇ,ସୋନ୍ତୋସ ବାଗ,ଚନ୍ଦନ ବାଗ, ରାଧାକାନ୍ତ ବାଗ, ସତ୍ୟନାରାୟଣ ଭୋଇ, ରାମ ବାଗ, ଶ୍ରୀକାନ୍ତ ବାଗ, ଅଜିତ ଦିପ, ରାଜେଶ ଯାନି, ମୋନଜ ପୋଢ଼, ବିଶ୍ବ ମହାନନ୍ଦ, ଅଜୟ ମହାନନ୍ଦ,ଈଶ୍ୱର ହରପାଲ ଯୋଶୋବନ୍ତ୍ ବଗର୍ତ୍ତୀ, ମଧୁ ଭୋଇ,ଯିତ ବାଗ, ଜଗଦୀଶ ମହାନନ୍ଦ,ଅଜିତ ମାହା ନନ୍ଦ, ବିମ୍ବାଧର ନାଗ,ରାଜେଶ ଦୀପ, ମମିତା ପଟେଲ, ସସ୍ମିତା ଭୋଇ, ବବି ବଗର୍ତ୍ତି, ସଙ୍ଗୀତା କୁମ୍ଭାର, ପାନ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୫/୧୧/୨୦୨୨----୧,୪୦ Sakhigopal News, 15/11/2022