ବାରିପଦା ରେ ରୋଟାରି କ୍ଲବରେ ମାରୁତି ସେନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭଞ୍ଜନଗର--- ଆଜି ମୟୁରଭଞ୍ଜ ଜିଲ୍ଲାର ବାରିପଦାର ରୋଟାରି କ୍ଲବରେ ମାରୁତି ସେନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୟୁରଭଞ୍ଜ ର ମହାରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ । ସମ୍ମାନିତ ଅତିଥି ଥିଲେ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା । ବାରିପଦା ଅଧ୍ୟକ୍ଷ ବାଦଲ ମହାନ୍ତି ,ପୂର୍ବତନ ପୋଲିସ ବିଭାଗ S. P ଦିଲୀପ କୁମାର ଦାସ,ଝାରଖଣ୍ଡ ମୁକ୍ତି ମୋର୍ଚାର ରାଜ୍ୟ ଉପ ସଭାପତି ଟୁଟୁ ଦାସ ,ମାରୁତି ସେନା ରାଜ୍ୟ କୋଷାଧ୍ୟକ୍ଷ ରଂଜିତ ରାଉତ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲାର ମାରୁତି ସେନାର ମୁଖ୍ୟ ମାନେ ଯୋଗଦେଇଥିଲେ। ବେବିନା ପଧାନ, ସୁଲୋଚନା ସାହୁ,ଦୋଳିଆ ସାହୁ,ବାନା ଭାଇ,ସୁସେନ ଭାଇ,ଲତା ଦିଦି.ଗୁଡ଼ୁ, ପ୍ରଶାନ୍ତ. ସାଗର. ଆଲୋକ, ମାମାଲି.ଇନ୍ଦ୍ରମଣି ଭାଇ.ମହାଦେବ କଳତା.ପ୍ରଶାନ୍ତ ଖଣ୍ଡୁଆଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୟୁରଭଞ୍ଜ ଜିଲ୍ଲାସଭାନେତ୍ରୀ ଶୁଭସ୍ମିତା ବେହେରା. ରଂଜିତ ରାଉତ ରାଜ୍ୟର ବିଭିନ୍ନ ଜିଲ୍ଲାର ସମାଜ ସେବି ଭାଇ ଓ ଭଉଣୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଗକୁ କିଭଳି ମୟୁରଭଞ୍ଜ ଜିଲାରେ ଆହୁରି ଅଧିକ ସେବା ଯୋଗେଇ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବହୁ ଆଗ୍ରହୀ ଯୁବକ ଯୁବତୀ ସ୍ୱତଃ ପ୍ରବୃତ ଭାବରେ ମୟୁରଭଞ୍ଜ ମାରୁତି ସେନାରେ ଯୋଗଦାନ କରିଥିଲେ। ଶେଷରେ ମାରୁତି ସେନାର ରାଜ୍ୟ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କଲେ
🙏