Breaking News

ଦୁଇ ମଟର ସାଇକେଲ ମୁହାଁମୁହିଁ ଧକ୍କା;ଦୁଇ ଆହତ



ସାକ୍ଷୀଗୋପାଳ-----  ସତ୍ୟବାଦୀ ଥାନା ଅନ୍ତର୍ଗତ ଗଡବଳରାମପୁର ଠାରୁ ଶ୍ରୀରାମ ବଜାର ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ସୋମବାର ଦିନ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଛି । ଦୁଇଜଣ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପଡିଛନ୍ତି । ଜଣେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଜଣେ ବଳଙ୍ଗା ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗଡବଳରାମପୁର ପଞ୍ଚାୟତର ପାଟଣାସାହିର ପବିତ୍ର ମୋହନ ବେହେରା ନଡିଆ ତୋଳି ଘରକୁ ନିଜ ମଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଅନ୍ୟ ପଟୁ ଜଣେ ମଟର ସାଇକେଲ ଆରୋହୀଙ୍କ ସହିତ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକମାନେ ଦୁଇଜଣଙ୍କୁ ଉଦ୍ଦାର କରି ମେଡିକାଲକୁ ପଠାଇଥିବା ଜଣାପଡିଛି । ରାସ୍ତାକୁ ମଡାଇ ବେଆଇନ ଭାବେ କିଛି ଲୋକମାନେ ବାଡ କରିଥିବା ହେତୁ ଏହି ଦୁର୍ଘଟଣା ମାନ ଘଟୁଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୮/୧୧/୨୦୨୨---୮,୧୦   Sakhigopal News, 28/11/2022

Blog Archive

Popular Posts