Breaking News

ଜଟଣୀ ଶିଶୁ ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳିତ; ଶିଶୁ ହସିଲେ ଦୁନିଆ ହସେ




ଜଟଣୀ --ଜଟଣୀର ଅଗ୍ରଣୀ ଶିକ୍ଷାନୁଷ୍ଠାନ "ଶିଶୁ ମନ୍ଦିର 'ର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ"ଶିଶୁ ଦିବସ " ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଜବାହରଲାଲ ସୁବୁଦ୍ଧି ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟରେ ଦେଶସେବାରେ ସହିଦ ହୋଇଥିବା ବାଜିରାଉତ, ଲକ୍ଷ୍ମଣ ନାୟକ,ମହାତ୍ମା ଗାନ୍ଧୀ,ମଧୁସୂଦନ ଦାଶ, ଅବଦୁଲ କାଲାମଙ୍କ ପରି କଠିନ ପରିଶ୍ରମ କରି ଅଧ୍ୟୟନ ସହିତ ମା -ବାପା -ଗୁରୁଜନ ମାନଙ୍କୁ ଭକ୍ତି କରି ଦେଶସେବାରେ ମନ ବଳାଇ କିପରି ଦେଶ ପାଇଁ ନିଜଜୀବନକୁ ଉତ୍ସର୍ଗ କରିଥିଲେ ତାହା ଦର୍ଶାଇଥିଲେ ।   ଶିକ୍ଷକ ମିହିର କୁମାର ବିଧାର ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତ୍ୟବ ରଖି ପଣ୍ଡିତ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରି ଦେଶ ସେବାରେ ବ୍ରତୀ ପାଇଁ ଶପଥ କରାଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ହୃଷିକେଶ ବେହେରା, ଶରତ କୁମାର ବେହେରା, ନମିତା ମିଶ୍ର, ରିତା ମିଶ୍ର । ଶେଷରେ ଜୟଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୧/୨୦୨୨---୧୨,୧୦  Sakhigopal News,15/11/2022

Blog Archive

Popular Posts