ଜଟଣୀ ରୁ ଧଳାଜହର ଜବତ, ଜଣେ ଗିରଫ
ଜଟଣୀ ----ଆଜି ମଧ୍ୟାହ୍ନ ସମୟରେ ଜଟଣୀ ଲୋକୋ କଲୋନୀ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ହେରୋଇନ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ଟିମ । ସୂଚନା ଅନୁସାରେ ଲୋକୋ କଲୋନୀ ରେ ରହୁଥିବା ମନୋଜ ନାୟକ(32) ନାମକ ଜଣେ ପାଉଡର ବେପାରୀ ନିଜ ପକେଟରେ 22 ଗ୍ରାମ ଓଜନର ହିରୋଇନ ଧରି ବିକ୍ରି ଉଦ୍ଦେଶ୍ୟରେ ବୁଲୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଅବକାରୀ ଟିମ ଲୋକୋ କଲୋନୀ ଅଞ୍ଚଳରେ ପେଟ୍ରୋଲିଂ କରିବା ସମୟରେ ଉକ୍ତ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପଚରା ଉଚୁରା କରିଥିଲା । ମନୋଜ ନିଜ ପକେଟରେ ହିରୋଇନ ଥିବା ମାନିଥିଲା ଏବଂ ପୋଲିସ ହିରୋଇନ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ।ତେବେ ଜବତ ହିରୋଇନର ମୂଲ୍ୟ 2,20,000/- ଟଙ୍କା ହେବ ବୋଲି ସୂଚନା ମିଳିଛି । ଜଟଣୀ ଅବକାରୀ ଥାନା କେଶ ନମ୍ବର 73/2022 ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପାଉଡର ବେପାରୀ କୁ କୋର୍ଟ ଚାଲାଣ କରାଯାଇଛି ।ତେବେ ଏଇ ଗୋଟିଏ ଘଟଣା ନୁହେଁ ବରଂ ଜଟଣୀର ଗଳି କନ୍ଦିରେ ଏବେ ପାଉଡର ବେପାରୀ ମାତିଛନ୍ତି । ବିଶେଷ କରି କଲେଜ ଛାତ୍ର ଛାତ୍ରୀ ଏବେ ହିରୋଇନ କବଳରେ । ପ୍ରତି ସପ୍ତାହରେ ଜଟଣୀ ଅଞ୍ଚଳରୁ ଜଣେ ଦୁଇଜଣ ପାଉଡର ବେପାରୀ ଗିରଫ ହେଉଛନ୍ତି । ମାତ୍ର ଧଳାଜହର ବେପାର କହୁନାହିଁ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧୧/୨୦୨୨---୯,୪୦ Sakhigopal News,30/11/2022