ପୁରୀ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନଙ୍କ ଐତିହ୍ୟ ସୁଆଣ୍ଡୋ ଗ୍ରାମ ପରିଦର୍ଶନ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନଙ୍କ ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହେବା ପରେ ସତ୍ୟବାଦୀ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିଲେ। ସେଠାରେ ପଞ୍ଚାୟତର ପରିବେଶ ଓ ସରକାରୀ ଅନୁଦାନ କିପରି ଖର୍ଚ୍ଚ କରାଯାଇ ସରସ ସୁନ୍ଦର କରାଯାଇଛି ବୁଲି ଦେଖିବା ସହ ପଞ୍ଚାୟତର କାର୍ଯ୍ୟ ଶୈଳୀରେ ସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ ସଂପୃକ୍ତ ପଞ୍ଚାୟତର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଐତିହ୍ୟ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଥିଲେ । ଶ୍ରୀ ଦାସ ଙ୍କ କୁଳଦେବତା ବିନୋଦ ବିହାରୀ ଙ୍କୁ ଦର୍ଶନ ପରେ ନିର୍ମାଣାଧୀନ ଅଭ୍ୟର୍ଥନା ଗୃହ, ସଂଗ୍ରହାଳୟ, ପୁଷ୍କରିଣୀ, ଚିଲ୍ଡରେନ୍ସ ପାର୍କ, ସୁଶୋଭିତ ବୃକ୍ଷରାଜି ଓ ପୁରାତନ ଶୈଳୀର ଷଠି ଘର ବୁଲି ଦେଖିଥିଲେ । ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଆଉ କିପରି ଅଧିକ ସରସ ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଷ୍ଟେଟ ଏସ୍ ଆଇ ଆର୍ ଡି ର ବରିଷ୍ଠ ପ୍ରଶିକ୍ଷକ ପ୍ରସନ୍ନ କୁମାର ନାୟକ, ରାଜ ବଲ୍ଲଭ ମିଶ୍ର, ବ୍ରଜକିଶୋର ପଣ୍ଡା , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତୃପ୍ତି ବଡ଼ଜେନା ଓ ପୁରୀ ଜିଲ୍ଲାର ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଏଥିରେ ସାମିଲ ହୋଇଥିଲେ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ୍ ଦାସ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ସହକାରୀ ଯନ୍ତ୍ରୀ ବିଶ୍ଵମୋହନ ପଟ୍ଟନାୟକ, ଦେଇ ପ୍ରମୋଥା ତ୍ରିପାଠୀ, ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ଗ୍ରାମ ବାସୀ ପୁଷ୍ପ ଗୁଚ୍ଛ ଦେଇ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ମାନଙ୍କୁ ଅଭ୍ୟର୍ଥନା କରିଥଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୧/୨୦୨୨----୮,୩୫ Sakhigopal News,20/11/2022