ସାକ୍ଷୀଗୋପାଳ ମନ୍ଦିରରେ ପ୍ରଥମାଷ୍ଟମୀ ନୀତି ପାଳିତ
ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ମନ୍ଦିରରେ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଦିନ ପରି ମନ୍ଦିର ସକାଳୁ ଦ୍ୱାରଫିଟା ହେବାପରେ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଆଜି ପ୍ରଥମାଷ୍ଟମୀ ପର୍ବ ପାଳନ ଅବସରରେ ମାରାଧାରାଣି ପୋଡୁଆଁ ହୋଇଥିଲେ । ଘରର ବଡ ଝିଅ ହିସାବରେ ସେ ପୋଡୁଆଁ ହୋଇଥିଲେ । ନୀତି ଅନୁଯାୟୀ ଦ୍ୱିପହର ଧୂପରେ ମାରାଧାରଣିଙ୍କୁ ନୂତନବସ୍ତ୍ର ପରିଧାନ କରାଯିବା ପରେ ସେବାୟତ ମାନେ ଆଳତି ଓଉପଚାର କରିଥିଲେ । ଆଜି ସବୁ ଦିନ ପରିଭୋଗ ସହିତ ସ୍ୱତନ୍ତ୍ର ଭାବେ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ମଣ୍ଡା ପିଠା ଭୋଗ ଲାଗି କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ଦେଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୧/୨୦୨୨---୪,୧୦ Sakhigopal News,16/11/2022