ଭୁବନେଶ୍ୱର ଆଇଆଇଟିର ନୂତନ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ
ଜଟଣୀ -- ଭୁବନେଶ୍ୱର ଆଇଆଇଟି ମାଡ୍ରାସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଶ୍ରୀପଦ କରମଲକର ଭୁବନେଶ୍ୱର ଆଇଆଇଟିର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିବାରୀଙ୍କ ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2nd ଏପ୍ରିଲ 2022ରୁ ଆଇଆଇଟି ଭୁବନେଶ୍ୱରର ଅତିରିକ୍ତ ଦାୟିତ୍ୱରେ ଥିଲେ।ପ୍ରଫେସର କରମଲକର 1983 ଏବଂ 1989 ରେ ଯଥାକ୍ରମେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟିଏମ)ରୁ ବି.ଟେକ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଆଗ୍ରହର କ୍ଷେତ୍ର ହେଉଛି ସେମିକଣ୍ଡକ୍ଟର ଉପକରଣ ଏବଂ ଶିକ୍ଷା। ଆଇଆଇଟି ଭୁବନେଶ୍ୱରରେ ଯୋଗଦେବା ପୂର୍ବରୁ ସେ ଆଇଆଇଟି ମାଡ୍ରାସର ଏଜୁକେସନାଲ ଟେକ୍ନୋଲୋଜି ସେଲର ମୁଖ୍ୟ ଥିଲେ।
ଡିନ୍, ଅଧ୍ୟାପକ ଓ ଅନୁଷ୍ଠାନର ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ନୂତନ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି
।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୧/୨୦୨୨---୧୨,୪୫ Sakhigopal News,19/11/2022