ଆଠ ଦଫା ଦାବି ନେଇ ଆଜି ଖଣ୍ଡପଡ଼ା ଅଙ୍ଗନବାଡ଼ି ସଂଘ ପକ୍ଷରୁ
ନୟାଗଡ଼---- ଭାରତୀୟ ମଜୁଦୁର ଦ୍ଵାରା ପରିଚାଳିତଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜୱର୍କରସ, ଆସୋସିଏସନ ଖଣ୍ଡପଡ଼ା ପକ୍ଷରୁ ଆଠ ଦଫା ଦାବି ନେଇ ଦାବି ପତ୍ର ପ୍ରଦାନ। ଖଣ୍ଡପଡ଼ା ଅଙ୍ଗନବାଡ଼ି ସଂଘ ପକ୍ଷରୁ ସଂଘର ସଭାପତି ସବିତା ଦାସ, ସମ୍ପାଦିକା ସୁକାନ୍ତି କୋଥାଲ ଏବଂ ଉପ ସଭାନେତ୍ରୀ ସୁଷମା ମଞ୍ଜରୀ ନାୟକ ପ୍ରମୁଖଙ୍କ ସହ 100ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀ ମାନେ ଖଣ୍ଡପଡ଼ା ସିଡିପିଓ ଙ୍କଅଫିସ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ଦାବିପତ୍ର ରେ ଦର୍ଶା ଯାଇଛି ଯେ ସରକାର ସଂଘର ଆଠ ଦଫା ଦାବି ପୂରଣ ନ କରିବା ଯୋଗୁ ଆସନ୍ତା ଡିସେମ୍ବର ମାସ 1ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଖଣ୍ଡପଡ଼ା ଅଞ୍ଚଳରେ ଥିବା169,ଟିଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଦର୍ଶାଇଛନ୍ତି।