Breaking News

କାଠ ଫାଳିଆରେ ମହିଳାଙ୍କୁ ଆକ୍ରମଣ , ମେଡିକାଲ ରେ ଭର୍ତ୍ତି



ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ  ଶୋରିଷମୂଳୀ ଗ୍ରାମରେ ଜଣେ ମହିଳାଙ୍କୁ କାଠ ଫାଳିଆ ରେ ଆକ୍ରମଣ କରାଯାଇଛି । ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଛି । ଆହତ ମହିଳାଙ୍କ ନାମ ତନୁ ପଟ୍ଟନାୟକ ( ୩୫) । 
 ଜଳଯୋଗାଣ ପାଇପ୍ ରୁ ପାଣି ନେଉଥିବା ବେଳେ  ଜଣେ ମହିଳାଙ୍କ ଉପରେ ପାଣି ପଡ଼ିଯାଇଥିଲା । ଏହାକୁ ନେଇ ଦୁଇ ପଡୋଶୀ ଙ୍କ ମଧ୍ୟରେ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା । ଖବର ନେବାରେ ଜଣାପଡିଛି ,  ତନୁ ପଟ୍ଟନାୟକ ଙ୍କ  ନାବାଳିକା ଝିଅ ଗାଁ ଦାଣ୍ଡରେ ଥିବା ପାଇପ୍ କୁ ପାଣି ଆଣିବାକୁ ଯାଇଥିଲେ ।  ସେହି ସମୟରେ ନାବାଳିକା ନେଉଥିବା ପାତ୍ରରୁ ପାଣି ଛିଟିକି ପାଖରେ ଥିବା ଜଣେ ମହିଳା ଉପରେ ପଡ଼ିଯାଇଥିଲା । ଏହାକୁ ନେଇ ସଂପୃକ୍ତ ମହିଳା ଓ ନାବାଳିକା ଙ୍କ ମା' ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସଂପୃକ୍ତ ମହିଳାଙ୍କ ପୁଅ   ଟୁକୁନା ଭୂୟାଁ ଆସି , ନାବାଳିକା ଙ୍କ ମା ତନୁ ପଟ୍ଟନାୟକ ଙ୍କ ମୁଣ୍ଡକୁ , ଏକ କାଠ ଫାଳିଆ ରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରୁ  ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଆହତ ମହିଳାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୨---୯,୨୦ Sakhigopal News,19/11/2022

Blog Archive

Popular Posts