ସତ୍ୟବାଦୀ ପଞ୍ଚାୟତର ଚତୁର୍ଥ ସମିତି ବୈଠକ ଶେଷ
ସାକ୍ଷୀଗୋପାଳ;---- ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକ ସଭାଗୃହରେ ସମିତିର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ ବୈଠକ ପରିଚାଳନା କରିଥିଲେ। ଭାରପାପ୍ତ ଜିପିଓ ସୈାଭାଗ୍ୟ ରଞ୍ଜନ କର ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ତାହା ବୈଠକରେ ଅନୁମୋଦିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ପାତ୍ର, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ବମୋହନ ପଟ୍ଟନାୟକ ଓ ବିଭିନ୍ନ ଦେଇ ମାନଙ୍କ ସ଼ହ ୩୧ ନମ୍ବର ଯୋନ ର ଜିଲାପରିସଦ ସଭ୍ୟ ନାରାୟଣ ରାଉତରାୟ,୩୨ନମ୍ବର ଜୋନ ର ଜିଲା ପରିଷଦ ସଭ୍ୟା ଶ୍ରୀମତୀ ବବିଷ୍ଣୁପ୍ରିୟା ବରାଳ,୩୩ ନମ୍ବର ଜୋନ ର ଜିଲା ପରିଷଦ ସଭ୍ୟ ଶ୍ରୀ ରତିକାନ୍ତ ମିଶ୍ରଙ୍କ ସହିଚ ଜିଲା କୃଷି ଅଧିକାରୀ ଶ୍ରୀ କଲ୍ୟାଣ ରାୟ, ଅତିରିକ୍ତ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ଅରକ୍ଷିତ ପ୍ରଧାନ , ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡଃ ଶ୍ରୀ ବିଶ୍ୱଜିତ ମିଶ୍ର, ଏହାସହ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଯଥା ଶିକ୍ଷା, ମହିଳା ଶିଶୁ ବିକାସ, ପାନୀୟଜଳ, ବିଦ୍ୟୁତ, ପୂର୍ତ୍ତ, ଗ୍ରାମଉର୍ଣ୍ଣୟନ ଓ ଉଦ୍ୟାନ, ଜଙ୍ଗଲ ବିଭାଗ ଆଦି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଏହି ବୈଠକ ରେ ଯୋଗଦେଇ ପଞ୍ଚାୟତରେ ଥିବା ମୈଳିକ ସମସ୍ୟା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ପଞ୍ଚାୟତରେ କିଛି କାର୍ଯ୍ୟ ଶେଷ ହୋଇଥଲେ ମଧ୍ୟ ଅର୍ଥ ମିଳୁନାହିଁ ବୋଲି ଜନପ୍ରତିନିଧି ମାନେ ପ୍ରଶ୍ନ ଉଠାଇଥିଲେ । ଅନେକ ପଞ୍ଚାୟତ ରେ ବୃଦ୍ଧ ଓ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ କରାଯାଉଥିବା ଅନିୟମିତତା ଏବଂ ଭତ୍ତା ପ୍ରଦାନରେ ବିଳମ୍ଭ କୁ ନେଇ ଆଲୋଚନା କରାଯାଇଥିଲା। ସରକାରଙ୍କ ର ଲୋକାଭିମୁଖୀ ଯୋଜନା ଗୁଡିକ କିପରି ସିଧାସଳଖ ଜନ ସାଧାରଣଙ୍କ ପାଖରେ ପହଞ୍ଚି ପାରିବ ସେ ବିଷୟ ରେ ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ଅଧ୍ୟକ୍ଷ ଅବଗତ କରାଇଥିଲେ। କିଛି ଲାଇନ ଅଧିକାରୀ ମାନେ ଏହି ବୈଠକରେ ଅନୁପସ୍ଥିତ ରହିଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥୁଲେ । ଏହା ସହ ସତ୍ୟବାଦୀ ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ନାଁ ଗନ୍ଧ କରୁନାହିଁ ବୋଲି ବୈଠକରେ ସବସମ୍ମତିକ୍ରମେ ଆଲୋଚନା ହେବା ସହ ଏକ ଟିମ୍ ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ହେବା ସହ ଜିଲ୍ଲାପାଳଙ୍କ ସହ ସମସ୍ୟା ବାବଦରେ ଅବଗତ କରାଯିବ । ଗୋପଜୟନ୍ତୀ ଦିବସକୁ ସରକାରୀ ଛୁଟି ଘୋଷଣା କରାଯିବା ପାଇଁ ବୈଠକ ରେ ନିଷ୍ପତ୍ତି ହେବା ସହ ବିଧାୟକ ସହ ଏକ ଟିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦାବି ପତ୍ର ଦେବାପାଇଁ ବୈଠକରେ ସ୍ଥିର କରାଯାଇଛି। ସେହିପରି ପୁରୀ ଜିଲ୍ଲାର ଦୁତୀୟ ଗଣ ପର୍ବ ଅଁଳାନବମୀ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ବଜେଟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହେଇଥିଲା। ଶେଷରେ ଅଧକ୍ଷ ଶ୍ରୀ ପଣ୍ଡା ଏକ ପ୍ରସ୍ତାବ ଆଗତ କରିଥିଲେ ଯେ ସମସ୍ତ ଜନପ୍ରତିନିଧି ମାନେ ମହାରାଷ୍ଟ୍ର ର ଏକ ଆଦର୍ଶ ପଞ୍ଚାୟତ ବୁଲିବା ସହ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାକୁ ଯିବା ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୧/୨୦୨୨----୮,୧୦ Sakhigopal News,21/11/2022
ସତ୍ୟବାଦୀ ପଞ୍ଚାୟତର ଚତୁର୍ଥ ସମିତି ବୈଠକ ଶେଷ
Reviewed by sakhigopal news
on
01:17
Rating: 5
