Breaking News

ସାମ୍ବାଦିକ ଙ୍କ ମାତୃ ବିୟୋଗ


ବରଗଡ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଂଡା ପଞ୍ଚାୟତର ତେଲିଟିକରା ଗ୍ରାମର ସ୍ଵର୍ଗତ ଗଜପତି ପାଢ଼ୀ ଙ୍କ ଧର୍ମପତ୍ନୀ ଭଗବତୀ ପାଢୀ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ସ୍ୱାଭାବ ର ମହିଳା ଥିଲେ। ତାଙ୍କର ମୃତ ଶରୀର ନିକଟରେ ପୁତ୍ର, ପୁତ୍ର ବଧୂ, ନାତି, ନାତୁଣୀ ଓ ବନ୍ଧୁ ପରିଜନ ମାନେ ଉପସ୍ଥିତ ରହିଥିଲେ । ତାଙ୍କର ଶବାଧାର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି , ଆତ୍ମିୟ ସ୍ଵଜନ ଉପସ୍ଥିତ ରହି ଶେଷ ସମ୍ମାନ ସହ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ତାଙ୍କର ପୁଅ ଭବାନୀ ଶଙ୍କର ପାଢୀ ମୁଖାଗ୍ନି ଦେଇଥିଲେ । ଏହି ଖବର ପାଇବା ପରେ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ଅମରଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୧/୨୦୨୨----୮,୫୫ Sakhigopal News,19/11/2022

Blog Archive

Popular Posts