Breaking News

ସାକ୍ଷୀଗୋପାଳ କଲେଜର ଇତିହାସ ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ଦେଇ ସ୍ୱାଗତ କଲେ ପୁରାତନ ଛାତ୍ରଛାତ୍ରୀ


 


ସାକ୍ଷୀଗୋପାଳ ---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଇତିହାସ ବିଭାଗର ୨ୟ ଓ୩ୟ ବର୍ଷର ପୁରାତନ ଛାତ୍ର ଛାତ୍ରୀ ମାନେ ଶୁକ୍ରବାର ଦିନ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ବର୍ଷର  ଗ୍ରିଟିଂସ ଓ ଉପହାର ଦେଇ ସ୍ୱାଗତ କରିଥିଲେ ।  ଅନ୍ୟ କଲେଜରେ ପୁରାତନ ଛାତ୍ରଛାତ୍ରୀ ମାନେ ନୂତନ ଛାତ୍ରଛାତ୍ରର ମାନଙ୍କୁ ର‌୍ୟାଙ୍ଗି କରୁଥିବା ବେଳେ ଉତ୍କଳମଣି ଗୋପବନ୍ଧୁ କଲେଜ ସେ ଦିଗରୁ ବହାରେ ତାହା ପ୍ରମାଣିତ କରି ଦେଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସ୍ୱାଗତ ସମାରୋହ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରତିକାନ୍ତ ପରିଡା ସଭାପତିତ୍ୱ କରି ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତ୍ତୀ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ଇତିହାସ ବିଭାଗର ମୁଖ୍ୟ ପ୍ର.ସ୍ୱର୍ଣ୍ଣଲତା ମହାରୀ ଛାତ୍ରଛାତ୍ରୀ ମାନଙ୍କୁ ଭଲମଣିଷ ହେବାସହ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବା ପାଇଁ କହିଥିଲେ । ଏହି ବିଭାଗର ଅନ୍ୟତମ ପ୍ର. ମଧୁସ୍ମିତା ସାହୁ ସ୍ୱାବଲମ୍ବୀ ହେବାକୁ କହିଥିଲେ ।  ଶେଷ ବର୍ଷର ଛାତ୍ରୀ ରାଜଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଦେଇଥିଲେ । ଛାତ୍ର ସତ୍ୟଜିତ ଜେନା, ପ୍ରଶାନ୍ତ ମୁଦୁଲି. ନରେନ୍ଦ୍ର ଭୋଇ ଛାତ୍ରୀ ସସ୍ମିତା ସେଠୀଙ୍କ ସହିତ ଅନ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୫/୧୧/୨୦୨୨---୮,୧୦   Sakhigopal News, 25/11/2022

Blog Archive

Popular Posts