Breaking News

ଦ୍ୱାବିଂଶତିତମ ଜଟଣୀ ପୁସ୍ତକମେଳାର ସାଧାରଣ ପରିଷଦ ଅଧିବେଶନ



ଜଟଣୀ--- ରବିବାର ପୂବାହ୍ନ ୧୧ ଘଟିକାରେ କାର୍ଯ୍ୟକାରୀ ସଭାପତି କୁମାର ମୋହନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦ୍ୱାବିଂଶତିତମ ଜଟଣୀ ପୁସ୍ତକମେଳା ସାଧାରଣ ପରିଷଦ  ଅଧିବେଶନ ସ୍ୱସ୍ତିଜ୍ୟୋତି ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଦିବଂଗତ ପୁସ୍ତକମେଳା ସଦସ୍ୟଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ପୂର୍ବବର୍ଷର ବିବରଣୀ ପଠନ କରିଥିଲେ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା । ଆୟବ୍ୟୟ ଅଟକଳ ପାଇଁ କୋଷାଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ନନ୍ଦଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଏପ୍ରିଲ ପ୍ରଥମ ସପ୍ତାହରେ ପୁସ୍ତକମେଳା କରାଯିବା ପାଇଁ ସ୍ଥିର କରାଗଲା । ଆବାହକ ଜବାହରଲାଲ ସୁବୁଦ୍ଧି ପୁସ୍ତକମେଳା ସ୍ମରଣିକା ପାଇଁ ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ସ୍ୱତନ୍ତ୍ର ସଂଖ୍ୟା ପ୍ରତ୍ୟେକ ଦୁଇପୃଷ୍ଠାରେ ଜାନୁଆରୀ ୧୦ ତାରିଖ ମଧ୍ୟରେ ଲେଖା ଡିଟିପି କରି ପଠାଇବା ପାଇଁ ନିଷ୍ପତି ନିଆଯାଇଛି ।  ପୁସ୍ତକମେଳାରେ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ସିଦ୍ଧାନ୍ତ ନିଆଗଲା । ପୁସ୍ତକମେଳାର ବିଭିନ୍ନ କମିଟି ଗଠନ କରାଯାଇ ଜଟଣୀବାସୀଙ୍କ ସହଯୋଗ କାମନା କରାଗଲା । ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ସାଂସ୍ଖୃତିକ କାର୍ଯ୍ୟ, ଡ୍ରଇଁ, ସାଧାରଣ ଜ୍ଞାନ, ତ୍ୱରିତ କୁଇଜ୍‌, କବିତା ପାଠୋତ୍ସବ ଆଦି ପ୍ରତିଯୋଗିତା ପାଇଁ କମିଟି ଗଠନ କରାଗଲା । ସଂଧ୍ୟାରେ ବିଭିନ୍ନ ବକ୍ତା, ଅତିଥିଙ୍କୁ ଡକାଯାଇ ସଭା, ଉଦ୍‌ଘାଟନ ଓ ଉଦ୍‌ଯାପନ ଉତ୍ସବ ପୁସ୍ତକ ଓ ସ୍ମରଣିକା ଉନ୍ମୋଚନ, ସମ୍ବର୍ଦ୍ଧନା ଉତ୍ସବ, କବିତା ଆସର ଆଦି କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଉପସଭାପତି ବିପିନ ବିହାରୀ ମହାନ୍ତି, ଯୁଗ୍ମ ସଂପାଦକ ଡ. ଶଶୀ ରଥ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନନ୍ଦ, ଆବାହକ ଜବାହରଲାଲ ସୁବୁଦ୍ଧି, କିଶୋର ପାଇକରାୟ, ସ୍ନିଗ୍ଧା ସ୍ୱାଇଁ, ସୁରେନ୍ଦ୍ର କୁମାର ମିଶ୍ର, ପଦ୍ମନାଭା ପାଣିଗ୍ରାହୀ, ତ୍ରିନାଥ ସାମନ୍ତରାୟ, ରବିନ୍ଦ୍ର କୁମାର ମିଶ୍ର, ଜଗଦୀଶ ମହାପାତ୍ର, ବିମଳପ୍ରସାଦ ମହାନ୍ତି, କ୍ଷୀରୋଦ କୁମାର ନନ୍ଦ, ଦେବରାଜ ପ୍ରଧାନ, ପଦ୍ମଲୋଚନ ସାହୁ, ଭବାନୀ ଶଙ୍କର ମହାପାତ୍ର, କୁଞ୍ଜବିହାରୀ ପାଢ଼ୀଙ୍କ ସମେତ ଉପସ୍ଥିତ ସଦସ୍ୟମାନେ ପୁସ୍ତକ ମେଳାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।   ଶେଷରେ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।  ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୧/୧୧/୨୦୨୨---୬,୧୦   Sakhigopal News 21/11/2022


Blog Archive

Popular Posts