Breaking News

ରାଇନୋ ଜିମର ବାର୍ଷିକ ଉତ୍ସବ ରେ ଯୋଗଦେଲେ ଅନିଲ ଗୋଛିକାର ;ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରନ୍ତୁ

 

ଜଟଣୀ ---ସୁନ୍ଦର ଶରୀର ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ବର୍ତ୍ତମାନ ସମୟରେ ବ୍ୟାୟାମ ନିହାତି ଆବଶ୍ୟକ। ଯୁବ ପୀଢ଼ି ବ୍ୟାୟାମ ପ୍ରତି ଆଗ୍ରହୀ ହେଉଥିବା ବେଳେ ସେମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ନେଇ ଜଟଣୀର ରାକେଶ ଗୁମାନସିଂ ଡମଣେଇ ମନ୍ଦିର ନିକଟରେ ଗତବର୍ଷ ନଭେମ୍ବର ରେ ଏକ ଉନ୍ନତ ମାନର ଟେକ୍ନୋଲୋଜି ଥିବା ୟୁନିସେକ୍ସ ଜିମ ଆରମ୍ଭ କରିଥିଲେ । ଯାହାର ନାଁ ରାଇନୋ ଜିମ । ତେବେ ସୋମବାର ଦିନ ଏହି ରାଇନୋ ଜିମ ତାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ବଡି ବିଲଡର ତଥା ପୁରୀ ର ବାହୁବଳୀ ସେବକ ଅନିଲ ଗୋଛିକାର ଯୋଗଦେଇ ଥିଲେ । ଅନିଲ ମଧ୍ୟ ଏହି ଜିମ କୁ ଗତବର୍ଷ ଉଦଘାଟନ ବେଳେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ସ୍ତରୀୟ ବଡ଼ିବିଲଡର ଅବଦୁଲ ତଫିକ ଆଜାଦ, ଦିବାକର ଗୋଛାୟତ, ପିଙ୍କୁ ଶ୍ରୀଚନ୍ଦନ, ଇନଷ୍ଟା ଷ୍ଟାର ପ୍ରିୟା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ରାଇନୋ ଜିମ ଉଭୟ ପୁରୁଷ ଏବଂ ମହିଳା ବର୍ଗଙ୍କ ପାଇଁ ଉପଲବ୍ଧ । ଏଠାରେ ଖେଳୁଥିବା ଯୁବକ ଯୁବତୀ ମାନଙ୍କୁ ଉନ୍ନତ ତାଲିମ ପ୍ରାପ୍ତ କୋଚ ବଡି ବିଲଡିଂ ତାଲିମ ଦେଉଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ରାଇନୋ ଜିମ ସହାୟକ ହେବ ବୋଲି ଜିମ ର ପରିଚାଳକ ରାକେଶ ଦୃଢୋକ୍ତି ପ୍ରକାଶ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୧୧/୨୦୨୨---୮,୨୫ Sakhigopal News,22/11/2022

Blog Archive

Popular Posts