Breaking News

ଗୋବରା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

 

ଭଞ୍ଜନଗର - ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋବରା ସେବା ସମବାୟ ସମିତି ଆନୁକୁଲ୍ୟରେ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗ ରେ ଅନୁଷ୍ଠିତ  ଆୟୋଜିତ ଶିବିର କୁ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ୧୪୨ ଜଣ ବୃଦ୍ଧ , ବୃଦ୍ଧା ଓ ଗରୀବ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିରୁ ୧୨ ଜଣଙ୍କୁ ଚଷମା ପ୍ରଦାନ , ୬୫ ଜଣଙ୍କ ମୋତିଆବିନ୍ଦୁ ପରୀକ୍ଷା ଏବଂ ୩୨ ଜଣଙ୍କ ମାଗଣା ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ ଓ ଭଗବାନ ପଣ୍ଡା , ଅଙ୍କିତା ସାହୁ , ଗାୟତ୍ରୀ ସେଠୀ ଏବଂ ମମତା ପ୍ରଧାନ ପ୍ରମୁଖ ୫ ଜଣିଆ ଟିମ୍ ପରୀକ୍ଷା ଓ ଚିକିତ୍ସା କରିଥିଲେ । ଏଭଳି ଶିବିର ଆୟୋଜନ ଦ୍ବାରା ଅର୍ଥାଭାବ ଯୋଗୁଁ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଗରୀବ ଏବଂ ଅସହାୟ ମାନେ ସୁବିଧାରେ ଚକ୍ଷୁ ଚିକିତ୍ସା ସେବା ପାଇ ପାରୁଛନ୍ତି ବୋଲି ଉପସ୍ଥିତ ଥିବା ଅତିଥି ମାନେ ନିଜ ପ୍ରତିକ୍ରିୟାରେ କହିଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ କୁ ସେବା ସମବାୟ ସମିତିର ସଭାପତି ରଙ୍କନିଧି ସ୍ବାଇଁ ଏବଂ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ ପରିଚାଳନା କରିଥିଲେ  । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ର ସମ୍ପାଦକ ରୋହିତ କୁମାର ଭୂୟାଁ , ବଡବୋରସିଙ୍ଗି ସରପଞ୍ଚ ରାମେଶ୍ବର ପାତ୍ର , କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ , ଜିଲ୍ଲାପରିଷଦ ସଦସ୍ୟା ପୂର୍ଣ୍ଣବାସୀ ନାୟକ , ସରପଞ୍ଚ ସୁପ୍ରଭା ନାୟକ , ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ ଏବଂ ଅଧ୍ୟାପକ ସନ୍ତୋଷ ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୨----୯,୧୦ Sakhigopal News,9/11/2022

Blog Archive

Popular Posts