ନଡିଆ ଗଛରୁ ଖସିପଡ଼ି ଯୁବକର ମୃତ୍ୟୁ
ଭଞ୍ଜନଗର-- ନଡିଆ ଗଛରୁ ଖସିପଡ଼ି ଜଣେ ଯୁବକର ମୃତ୍ୟୁ ଘଟିଛି।ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରା ସିଂ ଥାନା ଅନ୍ତର୍ଗତ ଭଞ୍ଜନଗର ବ୍ଲକ ର ଲେମ୍ଭେଇ ପଞ୍ଚାୟତ ଅନ୍ତର୍ଗତ ବାଲିସାହି ଗ୍ରାମରେ । ବୁଧବାର ଅପରାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ପ୍ରକାରେ ବାଲିସାହି ଗ୍ରାମର ଲକ୍ଷଣ ନାଇକଙ୍କ ପୁଅ ବିଶୁନୁ ନାଇକ (୩୫) ନିଜ ଘର ପଛପଟେ ଥିବା ଏକ ନଡିଆ ଗଛରେ ଚଢି ନଡିଆ ତୋଳିବାକୁ ଉଦ୍ୟମ କଲାବେଳେ ଅସାବଧାନତା କାରଣରୁ ନଡିଆ ଗଛରୁ ସିଧା ତଳକୁ ଖସି ପଡ଼ିଥିଲେ। ତଳେ ପଡିବା ସହ ସେ ଚେତା ଶୁନ୍ୟ ହୋଇ ପଡିଥିଲେ। ପରେ ସ୍ଥାନୀୟ ଲୋକମାନେ ବିଶୁନୁ ନାଇକ କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ତାର ମୃତ୍ୟୁ ଘଟିଥିଲା। ବିଶୁନୁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାର ପତ୍ନୀ ଓ ଦୁଇ ଗୋଟି ଛୋଟ ଛୋଟ ପୁଅ ଝିଅ ଅଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୨---୮,୪୫ Sakhigopal News,9/11/2022