ଜଟଣୀରେ ଜାଗାମିଶନ ସମ୍ପର୍କିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରଚୁଆଲ ବୈଠକ
ଜଟଣୀ ---ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ୫ ଟି କର୍ପୋରେସନ ଅନ୍ତର୍ଗତ ଥିବା ସମସ୍ତ ବସ୍ତିକୁ ଜାଗାମିଶନ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ଏଲ. ଆର. ସି. ଏବଂ ଏଲ. ଇ. ସି. ପ୍ରଦାନ କରିଛନ୍ତି । ଓଡ଼ିଶାର ୭୦୭ ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରାଇଲେ । ଏହାର ଏକ ଭରଚୁଆଲ ସଭା ଜଟଣୀ ନଗର ପାଳିକାରେ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୌରପରିଷଦର ନଗରପାଳ, ଉପ ନଗରପାଳ, ନିର୍ବାହୀ ଅଧିକାରୀ, ସମସ୍ତ ପୌରପରିଷଦ ପ୍ରତିନିଧି, ୧୩ ଟି ବିଜୁ ଆଦର୍ଶ କଲୋନୀର ସଭାପତି ଓ ସମ୍ପାଦକ ସହିତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଜୁ ଆଦର୍ଶ କଲୋନୀ ଓ ଏସଡ଼ିଏ ର ସଭାପତି ଓ ସମ୍ପାଦକ, ଜାଗାମିଶନ ସହିତ ସମ୍ପର୍କିତ ସମସ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୧/୨୦୨୨---୬,୪୦ Sakhigopal News,11/11/2022