ଭୋଟର ସଚେତନତା ରଥ ପରିକ୍ରମା, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ; ଉପଜିଲ୍ଲାପାଳ
ଭଞ୍ଜନଗର---- ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏହି ରଥ ପରିକ୍ରମା ର ଶୁଭାରମ୍ଭ କରିଛନ୍ତି। ଏହି ରଥ ଉପଖଣ୍ଡ ର ସମସ୍ତ ୮ଟି ବ୍ଳକ ଓ ୫ଟି ଏନ୍ ଏ ସି ମଧ୍ୟରେ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିବ ବୋଲି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ଏହି ରଥ ଗୁରୁବାର ଭଞ୍ଜନଗର ସହର ପରିକ୍ରମା କରିବା ବେଳେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହାତରେ ପ୍ଳାକାର୍ଡ ଧରି ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ। ଏଥିରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାଶ, ଅଧ୍ୟାପକ ବାବୁଲା ପ୍ରଧାନ, ରବିନ୍ଦ୍ର କୁମାର ମିଶ୍ର, ସ୍ମରଣିକା ପାଢି ପ୍ରମୁଖ ଉପସ୍ଥିତ ରହିଥିଲେ।ସୂଚନାଯୋଗ୍ୟ ଯେ ଦେଶର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ୧୭ ବର୍ଷ ରୁ ଉର୍ଦ୍ଧ୍ବ ବୟସ ହୋଇଥିବା ଯୁବକ ମାନଙ୍କୁ ନୂତନ ଭୋଟର ତାଲିକାରେ ସଂଯୋଗ କରାଯିବ। ଏଥିପାଇଁ ନିର୍ବାଚନ କମିଶନ ୪ଟି ନିର୍ଦ୍ଧାରିତ ତାରିଖ ମଧ୍ୟ ଧାର୍ଯ୍ୟ କରିଛନ୍ତି। ୨୦୨୩ ଜାନୁଆରୀ ପହିଲା, ଏପ୍ରିଲ ପହିଲା, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ଏଭଳି ୪ ଟି ଧାର୍ଯ୍ୟ ତାରିଖ ମଧ୍ୟରେ ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ଆଗୁଆ ନୂତନ ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିପାରିବେ। ଏଥିସହ ଭୋଟର ତାଲିକାରେ ଥିବା ତଥ୍ୟ ର ସଂଶୋଧନ, ନାମ
ବାଦ ଦେବା ଓ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କରିବା ଆଦି କାର୍ଯ୍ୟ ମଧ୍ୟ କରାଯାଇ ପାରିବ। ଏଥିପାଇଁ ୯/୧୧/୨୦୨୨ ରୁ ୮/୧୨/୨୦୨୨ ଯାଏଁ ତାରିଖ ଧାର୍ଯ୍ୟ କରାଯାଇଛି। ନୂତନ ଯୁବ ଭୋଟର ମାନେ ଏହାର ସୁଯୋଗ ନେବା ଉଚିତ ବୋଲି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୨---୬,୩୦ Sakhigopal News,11/11/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୨---୬,୩୦ Sakhigopal News,11/11/2022