Breaking News

ବାଆଁରା ଠାରେ କେମିକାଲସ୍ କମ୍ପାନୀ ନର୍ମାଣ ପ୍ରତିବାଦରେ ବାଙ୍କୀ କଂଗ୍ରେସ ପକ୍ଷରୁ ରାସ୍ତାରୋକ



ବାଙ୍କୀ----- ଡମପଡ଼ା ବ୍ଲକ ବାଆଁରା ଠାରେ କେମିକାଲ୍ସ୍ କମ୍ପାନୀ ନିର୍ମାଣ କାର୍ଯ୍ୟକୁ ପ୍ରତିବାଦ କରି ବାଙ୍କୀ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ୧୨ଘଣ୍ଟିଆ  ରାସ୍ତା ରୋକ ଅନୁଷ୍ଠିତ ହୋଇଥିଲା । ଯାହା ଫଳରେ ବାଙ୍କୀ କଟକ ରାସ୍ତାର ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟତ କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କଟକ ଆଗ୍ରୋକେମିକାଲସ୍ ଲିଃ. ପକ୍ଷରୁ ବାଆଁରା ଠାରେ ଇଥେନଲ ଗ୍ୟାସ୍ ଉତ୍ପାଦନ କରାଗଲେ ବାୟୁ ପ୍ରଦୁଷଣ ହେବା ସହିତ ଜୈବବିବିଧତା ନଷ୍ଟ ହେବବୋଲି ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି । କମ୍ପାନୀ ନିର୍ମାଣକୁ ବିରୋଧ କରି ସହସ୍ରାଧିକ ମହିଳା ପୁରୁଷ  ରାସ୍ତା ଉଦରେ ଧାରଣା ଦେଇ ରାସ୍ତାରୋକ କରିଥିଲେ । ପ୍ରଶାସନ ପକ୍ଷରୁ ବହୁବାର କମ୍ପାନୀ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ସେପଟେ କମ୍ପାନୀ ପକ୍ଷରୁ ପ୍ରଶାସନ ଓ ପୋଲିସ ସହାୟତାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଆଜିର ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଛି ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ଡମପଡ଼ା ତହସିଲଦାର କ୍ଷୀତିସ୍ ବେହେରା, ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ଜ୍ଞାନ ମିଶ୍ର, ବାଙ୍କୀ ଥାନା ଆଇ.ଆଇ.ସି ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ସମେତ ଏକ ପ୍ଲାଟୁ୍‌ନ୍ ପୋଲିସ୍ ଫୋର୍ସ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା ରକ୍ଷା କରିଥିଲେ । ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ଓ ବିକ୍ଷୋଭକାରୀଙ୍କ ପ୍ରତିନିଧିମାନେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଉପଜିଲ୍ଲାପାଳ ଶ୍ରୀ ଜେନା କଟକ ଜିଲ୍ଲାପାଳଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଥିଲେ । କଟକରେ ଚାଲୁ ରହିଥିବା ଐତିହାସିକ ବାଲିଯାତ୍ରା ଶେଷ ହେବାପରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ବାଙ୍କୀ ଉପଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ବାର୍ତ୍ତା ଉପଜିଲ୍ଲାପାଳ ବିକ୍ଷୋଭକାରୀ ଓ ଡଃ.ପଟ୍ଟନାୟକଙ୍କୁ ଜଣାଇବା ପରେ ସନ୍ଧ୍ୟା ୬ଘଟିକା ସମୟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଘଟଣାସ୍ଥଳକୁ ଆସି ବିକ୍ଷୋଭକାରୀମାନଙ୍କୁ ଉତ୍ସାହିତ କରିବା ସହିତ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୧୧/୧୧/୨୦୨୨---୬,୩୦ Sakhigopal News,11/11/2022

Blog Archive

Popular Posts