ଅଳଗୁମ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ବୃତ୍ତି ପରୀକ୍ଷାରେ ସଫଳତା
ସାକ୍ଷୀଗୋପାଳ ---- ସତବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ସରକାରୀ ବୃତ୍ତି ପରିକ୍ଷାରେ ଅଦ୍ଭୁତପୁର୍ବ ସଫଳତା ହାସଲ କରିଛନ୍ତି। ତୃତୀୟ ଶ୍ରେଣୀର ଆଶିର୍ବାଦ ବରାଳ ବ୍ଲକର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚମ ଶ୍ରେଣୀର ପ୍ରାଚୀ ବିଶ୍ଵାଳ ଓ ପ୍ରୀତିପ୍ରଜ୍ଞା ପୃଷ୍ଟି ବୃତ୍ତି ପରିକ୍ଷାରେ ସଫଳତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା ଫଳରେ ବିଦ୍ୟାଳୟର ଗୌରବ ବୃଦ୍ଧି କରାଇଛନ୍ତି। ଏଭଳି ସଫଳତା ପଛରେ ଛାତ୍ର ଛାତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ତଥା ଗୁରୁଜୀ,ଗୁରୁମା ମାନଙ୍କର ତ୍ୟାଗ ପରିଚାଳନା କମିଟିର ପ୍ରୋତ୍ସାହନ ଓ ଅଭିଭାବକ ମାନଙ୍କର ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଦାସ କହନ୍ତି । ଏହି ଅବସରରେ ପ୍ରକାଶ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରମେଶ କୁମାର ହରିଚନ୍ଦନ, ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ସମେତ ସମସ୍ତ ଗୁରୁଜୀ ଗୁରୁମା ତଥା ଅଭିଭାବକ ମାନଙ୍କ ପକ୍ଷରୁ ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୧/୧୧/୨୦୨୨---୬,୪୦ Sakhigopal News,11/11/2022