ସତ୍ୟବାଦୀରେ ସୁରକ୍ଷା କମ୍ପାନୀରେ ନିଯୁକ୍ତି ପାଇଁ ଚୟନ
ସାକ୍ଷୀଗୋପାଳ ----- ସତ୍ୟବାଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ପରିସରରେ ସୁରକ୍ଷା କମ୍ପାନୀରେ ଯୋଗ ଦେବା ପାଇଁ ଏକ ଚୟନ ପ୍ରକିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପୁରୀ ଓ ଏସ, ଆଇ,ଏସର ମିଳିତ ସହଯୋଗରେ ବେରୋଜଗାର ଯୁବକଙ୍କ ପାଇଁ ନିଯୁକ୍ତି ଚୟନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାଶ ଓ ଏବିଡିଓ ଅରକ୍ଷିତ ପ୍ରଧାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବ୍ଳକର ବିଭିନ୍ନ ପଞ୍ଚାୟତରୁ ପାୟ ୫୦ରୁ ଅଧିକ ପିଲା ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ଯୁବକ ତାଲିମ ନେବା ପାଇଁ କମ୍ପାନୀ ସହିତ ଚୁକ୍ତିବଦ୍ଦ ହୋଇଥିବା ଏସଆଇଏସର ନିଯୁକ୍ତି ଅଧିକାରୀ ବିଶ୍ୱଜିତି ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି । ଏହି ପଦବୀ ପାଇଁ ଦଶମ ଶ୍ରେଣୀ ପାସ ,ବୟସ୨୧-୩୫ ବର୍ଷ ମଧ୍ୟରେ, ଉଚ୍ଚତା ପାୟ୫ ଫୁଟ ୫ଇଞ୍ଚ ହୋଇଥିବା ନିହାତି ଆବଶ୍ୟକ । ସେହିପରି ଓଜନ ୫୬ କେଜିରୁ ୯୦ କେଜି ମଧ୍ୟରେ ହୋଇଥିବା ଦରକାର । ଅଫଲାଇନ୍ ରେଜିଷ୍ଟେସନ ଫି ବାବଦରେ ୩୫୦ ଟଙ୍କା ପ୍ରାର୍ଥୀଙ୍କୁ ଦେବାକୁ ପଡିବ । କଟକ, ଚୌଦ୍ୱାର କଜଳକଣା ଛକ ନିକଟରିଜିଓନାଲ ଟ୍ରେନିଂ ଏକାଡେମୀ ଠାରେ ତାଲିମ ନେବା ପରେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏମସିଏଲ, ଭୂଷଣ, ଟାଟା, ନାଲୋକେ, ଇଫିକୋ, ପିପିଏଲ, ଆଇଓସିଏଲ, ଏମସ, ଏସବିଆର, ଏନଆଇଟି ସହିତ ଓଡିଶାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି । ଚାକିରି ସମୟରେ କମ୍ପାନି ପକ୍ଷରୁ ବେତନବୃଦ୍ଧି, ପ୍ରମୋଶନ, ବୋନସ, ପେନସନ ଯୋଜନା, ଗ୍ରାଚ୍ୟୁଟି, ପୋବିଣ୍ଡେଡ ଫଣ୍ଡ, ମେଡିକାଲ ସୁବିଧା, ଇନ୍ସରାନ୍ସ, ଲୋନ, ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଆଦିର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୧/୨୦୨୨---୮,୧୦ Sakhigopal News, 11/11/2022