Breaking News

ମୁଖ୍ୟ ରାସ୍ତାକୁ ଜବରଦଖଲ କରି ଚର୍ଚ୍ଚାରେ ସମାଜସେବୀ




ଜଟଣୀ ---ଜଟଣୀ ତହସିଲ ଅଧୀନ ରାମଚନ୍ଦ୍ରପୂର ଓ ବଡନୂଆଗାଁ ମୌଜାର ବାସିନ୍ଦା ତଥା ସ୍ଥାନୀୟ ଅଞ୍ଚଳର ଜଣେ ପରିଚିତ ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର, ପିତା -ଜୟ କୃଷ୍ଣ ମହାପାତ୍ର ସହରର ମୁଖ୍ୟ ରାସ୍ତା ଯାହାକି ଖୋର୍ଦ୍ଧା, ଜଟଣୀ ଓ ପିପିଲି କୁ ସଂଯୋଗ କରୁଛି । ସେହି ରାସ୍ତା ଦେଇ ପ୍ରତ୍ୟକ ଦିନ ଶହ ଶହ ଯାନବାହାନ ଯିବା ଆସିବା କରେ । ପାଖରେ ଦୁଇ ଦୁଇଟି ପେଟ୍ରୋଲ ଟାଙ୍କି ଥିବାରୁ ଅନେକ ଛୋଟ ଠାରୁ ଆରମ୍ଭ କରି ବଡ଼ ଗାଡି ଯିବା ଆସିବା କରନ୍ତି । ସେହି ମୁଖ୍ୟ ରାସ୍ତାକୁ ଅବରୋଧ କରି ଚାରି ବଖରା ଛାତ ଦୋକାନ ଘର ନିର୍ମାଣ କରାଯାଇଛି। ଦୋକାନ ଘରରୁ ସେ ମାସକୁ ପ୍ରତି ଦୋକାନ ପ୍ରତି ୭ ରୁ ୮ ହଜାର ଟଙ୍କା ହିସାବରେ ପ୍ରାୟ ୩0 ହଜାର ଟଙ୍କା ଆଦାୟ କରିଥାନ୍ତି । ତାଙ୍କର ଜବର ଦଖଲ ଦେଖି ଅନ୍ୟ ମାନେ ମଧ୍ୟ ଆଜବେଷ୍ଟ ଦୋକାନ ଘର ତିଆରି କରି ଭଡାରେ ଦେବା ଆରମ୍ଭ କଲେଣି । ସେ ଯେଉଁ ଜାଗାକୁ ଜବର ଦଖଲ କରି ଦୋକାନ କରିଛନ୍ତି ତାହା ମୌଜା -ରାମଚନ୍ଦ୍ରପୁର, ଖାତା ନଂ -୨୮୮, ପ୍ଲଟ ନଂ -୫0୮, କିସମ ପକ୍କା ସଡ଼କ ଓ ପ୍ଲଟ ନଂ -୫0୮ /୫୯ ୧ କିସମ -ପୁରାତନ ପରିତ ଅଟେ । ଏହା ଛଡା ସେ ମୌଜା -ବଡ଼ ନୂଆଗାଁ, ଖାତା ନଂ -୨୩୧, ପ୍ଲଟ ନଂ -406 କିସମ ରାସ୍ତା ଏବଂ ପ୍ଲଟ ନଂ 415 କିସମ ରାସ୍ତା ଅଟେ । ସେ ସେହି ପ୍ଲଟ ଗୁଡିକୁ ଜବର ଦଖଲ କରି ରାସ୍ତା ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି ଓ ସେହି ପ୍ଲଟରେ ମଧ୍ୟ ସର୍ବସାଧାରଣ ନିମନ୍ତେ ଥିବା ଏକ କୂଅକୁ ସମ୍ପୂର୍ଣ୍ଣ ପୋତି ଦେଇ ସେଥିରେ ପାଚେରୀ କରି ନିଜ ଦଖଲରେ ରଖିଛନ୍ତି ।ମାତ୍ର ଉକ୍ତ ପ୍ଲଟରେ ଥିବା କୂଅଟି ଜଟଣି ପୌରପରିଷଦ ଦ୍ୱାରା ରକ୍ଷଣା ବ୍ୟକ୍ଷଣ ମଧ୍ୟ କରାଯାଉଥିଲା । ଉକ୍ତ କୂଅରୁ ସ୍ଥାନୀୟ ଲୋକେ ପୂର୍ବରୁ ପିଇବା ପାଣି ବ୍ୟବହାର କରୁଥିଲେ ଓ ସ୍ଥାନୀୟ ଅଞ୍ଚଳର ଘର ପୋଡି ସମୟରେ ସେହି କୂଅରୁ ପାଣି ବହୁ ଉପଯୋଗୀ ହେଉଥିଲା । ସେହି ଜାଗାରେ ଏକ ସାଫ୍ରନ ନାମକ ରେଷ୍ଟୁରାଣ୍ଟ ଅଛି  । ସେହି ରେଷ୍ଟୁରାଣ୍ଟର ବ୍ୟବହୃତ ସମସ୍ତ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ହୋଟେଲ ମାଲିକ ସାମ୍ନା ରୋଡ କଡରେ ଏକ ଖାଲ କରି ସେଥିରେ ପାଣି ଛାଡ଼ିବା ଫଳରେ ସେଥିରେ ବହୁ ଦିନର ପାଣି ଜମା ହୋଇ ପଚି ଦୁର୍ଗନ୍ଧ ସୃଷ୍ଟି ହୋଇଛି । ସେଠାରେ ଏକ ବ୍ୟାଙ୍କ ମଧ୍ୟ ଅଛି । ପାଖରେ ବ୍ୟାଙ୍କ, ହୋଟେଲ, ପେଟ୍ରୋଲ ଟାଙ୍କି ଥିବାରୁ ସେଠାକୁ ଆସୁଥିବା ଜନସାଧାରଣଙ୍କ ନାକ ଦୁର୍ଗନ୍ଧରେ ଫାଟି ପଡୁଛି। ସେହି ରାସ୍ତା ଦେଇ ବହୁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏବଂ ଅଫିସ ସମୟରେ ଅନେକ ଲୋକେ ଯିବା ଆସିବା ସମୟରେ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ । ତେଣୁ ସ୍ଥାନୀୟ ବାସିନ୍ଦା ମିଳିତ ହୋଇ ସ୍ଥାନୀୟ ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣି ରେ ଏହାର ସଠିକ ତଦନ୍ତ କରି ପୁନଃ ଉଦ୍ଧାର କଲେ ଆମ୍ଭେ ବିଶେଷ ଉପକୃତ ହେବୁ ଓ ମୁଖ୍ୟ ରାସ୍ତାର ଦୋକାନ ଘର ଗୁଡିକୁ ଜବର ଦଖଲ ହଟାଇ ସାଧାରଣ ଲୋକଙ୍କ ଗମାନ ଗମନ ସୁବିଧା ନିମନ୍ତେ ଏକ ଲିଖିତ ଅଭିଯୋଗ ପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । କେଉଁ ଦିନ ଏହାର ସତ୍ୟାସତ୍ୟ ତଦନ୍ତ ହୋଇ ଦୋଷୀ ବିରୁଧରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ବାକି ରହିଲା । ଜିଲ୍ଲାପାଳ ଏହି ଅଭିଯୋଗର ଶୁଣାଣୀ କରୁଛନ୍ତି ନା ଆଗପରି ଏବେ ସେହି ନାଲିଫିତା ତଳେ ଚାପି ହୋଇ ରହୁଛି। ତଦନ୍ତ କରାଯାଉ ଜନସାଧାରଣ ଙ୍କ ଅଭିଯୋଗ ସତ୍ୟ ନା ମିଛ ଲୋକଲୋଚନକୁ ଆଣିବା ଦରକାର 
 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧୧/୨୦୨୨---୭,୧୦ Sakhigopal News,11/11/2022

Blog Archive

Popular Posts