Breaking News

ଅର୍ଚ୍ଚନା ନାଗ ସେକ୍ସ ଘଟଣାରେ ଆଜି ଇଡି ପକ୍ଷରୁ ବାଙ୍କୀରେ ତଦନ୍ତ ଆରମ୍ଭ


 
ବାଙ୍କୀ----ରଜ୍ୟରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ରାଜ୍ୟର ବହୁ ନେତା ,ମନ୍ତ୍ରୀ, ଅଫିସର ସଂପୃକ୍ତି ଥିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଚଳଚିତ୍ର ପ୍ରଯୋଜକ ଅକ୍ଷୟ ପରିଡା ପ୍ରଥମେ ଅର୍ଚ୍ଚନା ନାଗ ବିରୋଧରେ ଭୁବନେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।ଡମପଡ଼ା ବ୍ଲକ ନିକଟବର୍ତ୍ତୀ ରାଣୀ ଶୁକଦେଈ ମହିଳା ମହାବିଦ୍ୟଳୟ ସମ୍ମୁଖରେ ରହୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ  ଅର୍ଚ୍ଚନା ନିଜ ମାୟାଜାଲରେ ଫସାଇ ଅଧିକ ଅର୍ଥ ଉପାର୍ଜନର ପ୍ରଲୋଭନ ଦେଖାଇଥିଲା । ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱରରେ ଅର୍ଚ୍ଚନା ସଂସ୍ପର୍ଶରେ ଆସି ରାତାରାତି ବଡଲୋକ ହେବା ନିଶାରେ ଅର୍ଚ୍ଚନାର କଥା ମାନିଥିଲେ । ଅର୍ଚ୍ଚନା ତାଙ୍କୁ ମଧ୍ୟ ଚାକିରିର ପ୍ରଲୋଭନ ଦେଖାଇଥିଲା । ତାଙ୍କୁ ଅର୍ଚ୍ଚନା ନେଇ ବିୟୁଟି ପାର୍ଲରେ ମେକପ୍ କରାଇ ବିଭିନ୍ନ ନେତା, ମନ୍ତ୍ରୀ ଓ ମାଫିଆମାନଙ୍କ ପାଖକୁ ପଠାଉଥିଲା । ସେଠାରେ ତାଙ୍କୁ ନିଶା ଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ କରି ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍ କରାଉଥିଲା । ଏହି କାର୍ଯ୍ୟ କରିବାକୁ ଶ୍ରଦ୍ଧାଞ୍ଜଳି ଅମଙ୍ଗ ହେବାରୁ ତା’ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବ ବୋଲି ଅର୍ଚ୍ଚନା ଧମକ ଦେଉଥିଲା । ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ୍ ହେବା ଏବଂ ସେ ଥାନାରେ ଅଭିଯୋଗ କରିବା ପରେ ଶ୍ରଦ୍ଧାଞ୍ଜଳି ସାହାସ ପାଇ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ମାୟାଜାଲ ସଂପର୍କରେ ଦର୍ଶାଇ ସେ ମାନବ ଚାଲାଣ କରେ ବୋଲି ଉଲ୍ଲେଖ କରିଥିଲା । ଇତି ମଧ୍ୟରେ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଅର୍ଚ୍ଚନା ନାଗଙ୍କୁ ପୋଲିସ ଗିରଫ କରିଛି । ଏବେ ଭୁବନେଶ୍ୱରେ ଜେଲ୍ ମଧ୍ୟରେ ସମୟ କାଟୁଛନ୍ତି ଅର୍ଚ୍ଚନା । ଗତକାଲି ଠାରୁ ଅର୍ଥନୈତିକ ପ୍ରବର୍ତ୍ତନଳାୟ (ଇଡି) ପକ୍ଷରୁ  ସି.ଆର.ପି. ପୋଲିସ୍‌ଙ୍କ ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ଆଜି ପ୍ରତ୍ୟୁଷରେ ବାଙ୍କୀ କଲେଜ ରୋଡସ୍ଥିତ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳିର ପୈତୃକ ବାସଗୃହ ଚଢ଼ାଉ କରାଯାଇ ବିଭିନ୍ନ ସାମଗ୍ରୀ ଓ କାଗଜପତ୍ର ତନଖି କରାଯାଇଥିଲା । ତଦନ୍ତ ସମୟରେ ଶ୍ରଦ୍ଧାଞ୍ଜଳି ନିଜେ ଘରେ ନଥିବାରୁ ତଦନ୍ତ କାର୍ଯ୍ୟରେ ତାଙ୍କ ମା’ ଓ ପରିବାର ଲୋକମାନେ ସହଯୋଗ କରିଥିଲେ । ତଦନ୍ତ ସଂପର୍କରେ ଇଡିର ଅଧିକାରୀମାନେ ସେମାନେ କୌଣସିି ପ୍ରତିକ୍ରିୟା କରିନଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୧/୧୧/୨୦୨୨----୬,୨୦ Sakhigopal News,11/11/2022

Blog Archive

Popular Posts