Breaking News

ଛାଡ଼ ଖାଇରେ ଜଟଣୀ ମୁଖ୍ୟରାସ୍ତା ରକ୍ତ ରଞ୍ଜିତ ; ଛାଡଖାଇରେ ଶହ ଶହ ନିରୀହ ଜୀବଙ୍କୁ ହତ୍ୟା



ଜଟଣି ---ଆଜି ଓଡ଼ିଆ ମାନଙ୍କ "ଛାଡ ଖାଇ 'ପର୍ବର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ଧର୍ମ ମାସ କାର୍ତ୍ତିକରେ ଘରେ ଆମିଷ ଭକ୍ଷଣ କରିବା ବାରଣ ଥାଏ । ବିଶ୍ୱାସ ଥାଏ କାର୍ତ୍ତିକ ମାସରେ ଆମିଷ ଖାଇଲେ ପାପ ଅର୍ଜନ ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେଣୁ ଲୋକେ ଅପେକ୍ଷା କରିଥାନ୍ତି ଛାଡଖାଇ ଆସିଲେ ମାଛ ,ମାଂସ ଖାଇ ମୌଜ କରିବୁ ।  ଛାଡ଼ ଖାଇ ଆଳରେ  ଜଟଣୀ ମୁଖ୍ୟ ରାସ୍ତା କଡରେ ମନଇଛା କୁକୁଡ଼ା ଏବଂ ଛେଳି ମାଂସର ଦୋକାନ ଗଢିଉଠିଥିଲା। ଖୋଲା ରାସ୍ତା କଡରେ ଛେଳି ଗୁଡିକୁ କାଟିଥାନ୍ତି। ରାସ୍ତାରେ  ଛୋଟ ଛୋଟ କୋମଳ ମତି ଛୁଆ ମାନେ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି ‌। ରାସ୍ତା କଡରେ ନିରୀହ ପଶୁପକ୍ଷୀଙ୍କ ବଳି ଦେଖି ଏହି କୋମଳ ମତି ଶିଶୁଙ୍କ ମନରେ ଭୟ ଏବଂ ଘୃଣା ଭାବ ସୃଷ୍ଟି କରୁଛି । ବୁଦ୍ଧିଜୀବୀଙ୍କ ମତରେ ଜଟଣୀ ପୌରପରିଷଦ, ବ୍ଲକ, ଆରଆଇ ଏବଂ ପୋଲିସ ପ୍ରଶାସନର କୌଣସି ନିଘାନାହିଁ । ଏହା ପ୍ରଶାସନର ଅପାରଗତା ପରିଲିକ୍ଷିତ ହୋଇଥିଲା । ପୌରପରିଷଦ ପକ୍ଷରୁ ସହରରେ ଛେଳି କାଟିବାପାଇଁ ଏକ 'କଂଶେଇ ଖାନା  ବ୍ୟବସ୍ଥାର ନିୟମ ଅଛି । ପୌରପରିଷଦ ପକ୍ଷରୁ ଛେଳି କଟିବା ପୂର୍ବରୁ ସରକାରଙ୍କ ପଶୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଇବା ନିୟମ ଅଛି । କିନ୍ତୁ ଏହାକୁ ପାଳନ କରୁଛି କିଏ । ଯଦି ଏହି ମାଂସ ଖାଇ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ତାହାପାଇଁ ଦାୟି କିଏ ରହିବ ? । କଂଶେଇ ଖାନରେ ଛେଳି କାଟି ଆଣି ନିର୍ଦ୍ଧିଷ୍ଟ ବଜାର ଦୋକାନରେ ବିକ୍ରିକରିବା ଉଚିତ । ପୌରପରିଷଦ ପକ୍ଷରୁ ଏହାର କୌଣସି ବ୍ୟବସ୍ଥା ନାହଁ । ପୌରପରିଷଦ ପକ୍ଷରୁ ସହରର ସୌନ୍ଦର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଜାଗା ନିର୍ଦ୍ଧାରଣ କରି  ପରିବା, ମାଛ ଏବଂ ମାଂସ ବ୍ୟବସାୟୀ ମାନଙ୍କୁ ପଞ୍ଜିକରଣ କରି ସେଠାରେସ୍ଥାୟୀ ଗୃହ ନିର୍ମାଣ କରି ବିକ୍ରିପାଇଁ ଅନୁମତି ପ୍ରଦାନ କରିବା ଉଚିତ । ଜଟଣୀର ମୁଖ୍ୟ ରାସ୍ତା ବ୍ଲକ ଠାରୁ ଆରମ୍ଭ କରି କୁଦିଆରୀ ଦେଇ ହରିରାଜପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ଶହ ଶହ ବେଆଇନ ଭାବେ ଦୋକାନ ପକାଇ ମାଛ, ମାଂସ ବେପାର କରିଥାନ୍ତି । ରାସ୍ତା କଡରେ ବେପାର କରିବା ଦ୍ୱାରା ରାସ୍ତାରେ ଗାଡିl ପର୍ଯ୍ୟନ୍ତ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହୋଉଥାନ୍ତି । ଯଦି ଜଟଣୀର ସମସ୍ତ ପ୍ରଶାସନ ମିଳିତ ସହଯୋଗରେ ଏଥି ପ୍ରତି ଧ୍ୟାନ ଦେଇ ଏହାର ସୁ -ବନ୍ଦୋବସ୍ତ କରନ୍ତି ତା ହେଲେ ଜଟଣୀ ବାସି ଚିର ଉପକୃତ ହୁଅନ୍ତେ ବୋଲି କହିଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୧/୨୦୨୨----୯,୪୫ Sakhigopal News ,9/11/2022

Blog Archive

Popular Posts