Breaking News

ଐତିହ୍ୟ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ଚାଲିଥିବା କାମର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

 


 ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଏହି ଐତିହ୍ୟ ଗ୍ରାମ ଓ ଜନ୍ମପୀଠର ସୁରକ୍ଷା ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯେପରି ଆଗାମି ପୀଢ଼ି ମାନେ ଏହି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କଥା ଜାଣି ପାରିବେ ସେଥିଯୋଗୁ ସେଠାରେ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ଗୁରୁବାର ଦିନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୁଆଣ୍ଡୋ ଗ୍ରାମରେ ଚାଲିଥିବା ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ଏକ ସମୀକ୍ଷା କରିଛନ୍ତି । ସୁଆଣ୍ଡୋ ଗ୍ରାମକୁ ଏକ ସୁନ୍ଦର ପର୍ଯ୍ୟଟନ ଓ ଓଡିଶା ଇତିହାସ ତଥା ଓଡିଆ ଭାଷାର ଜ୍ଞାନର ପୀଠ ଭାବେ ରାଜ୍ୟ ସରକାର ଗଡିତୋଲିବା ପାଇଁ ରାଜ୍ୟ ସରକାର କରିଛନ୍ତି ପ୍ରୟାସ ।  ବିଶେଷ କରି ଗ୍ରାମ ମୁଣ୍ଡରେ ଚାଲିଥିବା ଶିବମନ୍ଦିର, ସ୍ମୃତି ଭବନ,  ସଂଗ୍ରହାଳୟ, ଶିଶୁ ଉଦ୍ୟାନ, ପୁଷ୍କରଣୀ ପାକିଂ ସ୍ଥାନ, ନିର୍ମାଣଧୀନ ଗୋପବନ୍ଧୁଙ୍କ ଷଠିଘର କାର୍ଯ୍ୟ ବୁଲିକି ଦେଖିଥଲେ । ଗ୍ରାମରେ ଭୁତଳ ବିଦ୍ୟୁତ ସଂଯୋଗ କାମ ସମ୍ପର୍କେ ଜିଲ୍ଲାପାଳ ପଚାରି ବୁଝିଥିଲେ ।  ଗ୍ରାମର ସମସ୍ତଙ୍କ ଘରର ସମ୍ମୁଖ ପଟ ଏକ ରଙ୍ଗ କରାଯିବା ପାଇଁ କହିଥିଲେ । ସେହିପରି ସଂଗ୍ରହାଳୟରେ ପରିସରରେ ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଓବିସିର ନିର୍ବାହୀଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗ୍ରାମରେ ଯେଉଁମାନେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ବିଡିଓ ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କୁ କହିଥିଲେ ।  ସୁଆଣ୍ଡୋ ବ୍ରିଜ ଠାରୁ କେନାଲବନ୍ଧ ରାସ୍ତା କାମ ତୁରନ୍ତ ସାରିବା ପାଇଁ ଗୃହ ଓ ରାସ୍ତା ନିର୍ମାଣ ବିଭାଗୀୟ ଅଧିକ୍‌ାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ୨୦ ଲକ୍ଷ ଟଙ୍କା ବ୍ୟାୟରେ ନିର୍ମିତ ୧୫ ଫୁଟ ଉଚ୍ଚତାର ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତି ଭୁବନେଶ୍ୱର ପାତ୍ରପଡା ଠାରେ  ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସଂସ୍କୃତି ବିଭାଗକୁ ହସ୍ତନ୍ତର କରିବେ ବୋଲି ଜଣାପଡିଛି ।  ଏହି ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ତହସିଲଦାର ଜୟନ୍ତ କୁମାର ଜୟସିଂ, ଓବିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ିଙ୍କ ସହିତ ଗ୍ରାମବାସୀ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଫୁଲମାଲ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୯/୨୦୨୨----୮,୪୦  Sakhigopal News, 1/9/2022

Blog Archive

Popular Posts