ଭଞ୍ଜନଗର ଠାରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି
ଭଞ୍ଜନଗର – ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ବ୍ଳକରୁ ଆସିଥିବା ଲୋକଙ୍କ ୨୯୮ ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିରୁ ୧୩ ଟି ଅଭିଯୋଗ ର ତ୍ଵରିତ ଫଇସଲା ହୋଇଥିଲା । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୯ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା , ୩ ଜଣଙ୍କୁ ହ୍ବିଲ୍ ଚେୟାର , ୩ ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ଯାନ ପ୍ରଦାନ କରାଯାଇଥିଲା । ୯ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିଥିଲେ ଜିଲ୍ଲାପାଳ ।
ଏହାସହ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସଂକ୍ରାନ୍ତରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଆବଶ୍ୟକୀୟ ସହାୟତା ପ୍ରଦାନ ନିମନ୍ତେ , ସଂପୃକ୍ତ ବିଭାଗ ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ବରେ ବରିଷ୍ଠ ନାଗରିକ ସଦସ୍ୟ ମାନେ ନୂତନ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଘୁମୁସର ଜିଲ୍ଲା ଗଠନ ଏବଂ ଭଂଜନଗର ଠାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ଭଳି ୭ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । ଏହାସହ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଏସପି – ବ୍ରିଜେଶ ରାଏ , ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ , ବିଡ଼ିଓ - ଶଶିଭୂଷଣ ମହାପାତ୍ର , ବିଡ଼ିଓ - ରୋଶନ୍ ଶତପଥୀ , ଏସଡିପିଓ - ଶୁଭ୍ରାଂଶୁ ଶେଖର ମିଶ୍ର , ଥାନାଧିକାରୀ - ଧିରେଶ କୁମାର ଦାସ , ଭଂଜନଗର ମେଡିକାଲ ଅଧିକ୍ଷକ - ଶୀତାଂଶୁ ଶେଖର ଶତପଥୀ , ବିଇଓ - ଏସ୍ ଧନଞ୍ଜୟ , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ - ସୁଦର୍ଶନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୦/୯/୨୦୨୨---୬,୩୦ Sakhigopal News,20/9/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୦/୯/୨୦୨୨---୬,୩୦ Sakhigopal News,20/9/2022