ଜଟଣୀ ମ୍ୟୁନିସିପାଲିଟିରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା
ଜଟଣୀ--- ସ୍ୱାଧୀନତାର ୭୫ବର୍ଷ ପୁର୍ତି ଅବସରରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହି ପ୍ରରୀପ୍ରେକ୍ଷୀରେ ସାରା ରାଜ୍ୟରେ ଅହିଂସାର ବାର୍ତା ନେଇ ଆଜି ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅହିଂସା ରଥ ପରିକ୍ରମା କରିଥିଲା । ଏହାକୁ ପ୍ରଥମେ ଜଟଣୀର ନାଇଜରଠାରେ ମ୍ୟୁନିସିପାଲିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପୈାରାଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ସମସ୍ତ ୱାର୍ଡର କାଉନସିଲର, ସ୍କୂଲ ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥି ସହିତ ସଂକିର୍ତନ ଦଳ, ପାଇକଆଖଡା ଦଳ, ଏନସିସି, ସ୍କାଉଟ ଆଣ୍ଡ ଗାଇଡ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡି କର୍ମି, ସ୍ୱାସ୍ଥ୍ୟ ସେବୀକା ଇତ୍ୟାଦି ବିଶାଳ ଶୋଭାଯାତ୍ରାରେ ଯୋଗଦେଇ ଅହିଂସା ରଥକୁ ସ୍ୱାଗତ ଜଣାଇବା ସହିତ ପ୍ରାଣନାଥ ସରକାରୀ ହାଇସ୍କୂଲଠାରେ ଅହିଂସା ରଥ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଏହି ଅହିଂସା ରଥକୁ ସରକାରୀ ବାଳିକ ଉଚ୍ଚବିଦ୍ୟାଳୟ ଓ ରେଳପଥ କଲେନୀର ଏନଡିଆରସି ସ୍କୂଲ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଛ୍ୱସିତ ସମ୍ବର୍ଦ୍ଧନା ଓ ଭିଡିଓ ମାଧ୍ୟମରେ ଗାନ୍ଧୀଜିଙ୍କ ଓଡିଶା ଆଗମନର ଭିଡିଓବାର୍ତା ପ୍ରଦର୍ଶିତ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପୋର୍ଟ, ୨୮/୯/୨୦୨୨---୯,୧୦
Sakhigopal News , 28/9/2022