ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱ ବ୍ରାହ୍ମଣ ସମାଜର ବୈଠକ
ଭଞ୍ଜନଗର---- ଶନିବାର ଘୁମୁସର ତାଳୁକା ବାଲିପଦର ଅଞ୍ଚଳ ରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ପୂଜା ଓ ସହପରିବାର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା ଉତ୍ସବରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାର ମୁଖ୍ୟ ଉଦେଶ୍ୟ ନାରୀ ସଶକ୍ତି କରଣ ଏବଂ ଏହାର ଏକ କମିଟୀ ଗଠନ ହୋଇଥିଲା । ଏହାର ସଭାପତି କେ. ପ୍ରଜ୍ଞାଶ୍ରୀ ଆଚାରୀ (ବାଲିପଦର ), ଉପସଭାପତି ଜି. ଶୋଭା ରାଣୀ ଆଚାରୀ (ବୁଗୁଡ଼ା ),ସମ୍ପାଦିକା ଭି. ବର୍ଷା ରାଣୀ ଆଚାରୀ (ବରଗଡ଼ )ର ଚୟନ କରାଯାଇଥିଲା । ପୂଜା ଓ ସହପରିବାର ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀକାନ୍ତ କୁମାର ସାହୁ ମାନ୍ୟବର ମନ୍ତ୍ରୀ, ଶ୍ରମ ବିଭାଗ, ଓଡିଶା, ସମ୍ମାନିତ ଅତିଥି ଶ୍ରୀମତୀ ପ୍ରମିଳା ବିଷୋୟୀ ମାନ୍ୟବର ସାଂସଦ, ଆସିକା, ଶ୍ରୀମତୀ କେ. ପ୍ରିୟ ଦର୍ଶିନୀ ଆଚାରୀ, ଅଧ୍ୟକ୍ଷା, ବୁଗୁଡ଼ା ବ୍ଳକର ମାନସ ରଞ୍ଜନ ପ୍ରଧାନ,ଉପାଧ୍ୟକ୍ଷ, ବୁଗୁଡ଼ା ବ୍ଳକ,ଶ୍ରୀମତୀ ସମିତା ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା, ଜୋନ 41,ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ, ସରପଞ୍ଚ, ବାଲିପଦର ଏବଂ ଘୁମୁସର ତାଳୁକା ମୁଖ୍ୟ ଉପଦେଷ୍ଟା କେ. କୃଷ୍ଣମୂର୍ତ୍ତି ଆଚାରୀ ଉପସ୍ଥିତ ଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ଘୁମୁସର ତାଳୁକା ସଭାପତି କେ. ମନୋଜ କୁମାର ଆଚାରୀ । ସଭାରେ ଖାଲସା ତାଳୁକା ସଭାପତି ଆର. ଚିଦାନନ୍ଦ ଆଚାରୀ ଏବଂ କମିଟୀ ବୃନ୍ଦ ଓ ଯୁବକ ସଂଘ, ଶେରଗଡ଼ ସଭାପତି ଏ. ସୁବାଷ ଚନ୍ଦ୍ର ଆଚାରୀ ଏବଂ କମିଟୀ ବୃନ୍ଦ, ଆଠଗଡ଼ ତାଳୁକା ସଭାପତି ଜି. ଶମ୍ଭୁଲିଙ୍ଗମ ଆଚାରୀ, ବଡ଼ଗଡ଼ ତାଳୁକା ସଭାପତି ଜେ. ସୁବା ରାଓ ଆଚାରୀ ଓ କମିଟି ସଦସ୍ୟ ସୋରଡ଼ା ତାଳୁକା ସଭାପତି ଶ୍ରୀ ରାଜ କିଶୋର ଆଚାରୀ ଓ ବଡଖେମୁଣ୍ଡି ତାଳୁକା ସଭାପତି ବି. ଦୁର୍ଗା ପ୍ରସାଦ ଆଚାରୀ ଓ କମିଟୀ ବୃନ୍ଦ, ଚିକିଟି ଉପସଭାପତି ଶ୍ରୀ ମୋହନ ରାଓ ଆଚାରୀ ଓ କମିଟୀ ବୃନ୍ଦ, ନୟାଗଡ଼ ତାଳୁକା ସଭାପତି ବ୍ରହ୍ମଶ୍ରୀ କିରଣୀ ଆଚାରୀ ଓ କମିଟୀ ବୃନ୍ଦ, ଏହି ପୂଜାକୁ ପ୍ରମୁଖ ସହଯୋଗି ବୃନ୍ଦ ଜେ. ସତ୍ୟ ନାରାୟଣ ଆଚାରୀ, ଏ. କାଳିଆ ଆଚାରୀ, ଏ. ରାମା ଆଚାରୀ, ବ୍ରହ୍ମଶ୍ରୀ ଶ୍ରୀନିବାସ ଆଚାରୀ,ଘୁମୁସର ତାଳୁକା ପ୍ରତିନଧି ଗଣ ଓ ପନ୍ଦର ତାଳୁକାର ବହୁତ ପରିମାଣ ରେ ସଦସ୍ୟା ଏବଂ ସଦସ୍ୟ ଉପସ୍ଥିତ ହୋଇ ଏହି ସଭା କୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଘୁମୁସର ସଭାପତି ଓ କମିଟୀ ବୃନ୍ଦ ଧନ୍ୟବାଦ ଅର୍ପଣ କରିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୯/୨୦୨୨---- ୫,୨୦ Sakhigopal News,18/9/2022