ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ
ସିନାପାଲି:- ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ସୋମବାର ଠାରୁ ବିଧି ଅନୁଯାୟୀ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏ ନେଇ ଶକ୍ତିପୀଠ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପ୍ରାୟ ୨୦୧ ଗୋଟି ଅଖଣ୍ଡ ଦୀପ ନଅଦିନ ପାଇଁ ପ୍ରଜ୍ଜଳନ କରାଯାଇଛି । ଏଥିସହ ପ୍ରତିଦିନ ଗାୟତ୍ରୀ ଯଜ୍ଞ ଆୟୋଜନ ସହ ୧୦୧ ଜଣ ଶ୍ରଦ୍ଧାଳୁ ଧ୍ଯାନରେ ବସି ଅହରହ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି । ଏହି ନବରାତ୍ର ପୂଜା ଆଗାମୀ ନବମୀ ଦିନ ଉଦଯାପିତ ହେବାକୁ ଥିବା ବେଳେ ଏହି ଦିନ ନଅ କୁଣ୍ତୀୟ ଗାୟତ୍ରୀ ଯଜ୍ଞ କରାଯାଇ ବିଭିନ୍ନ ସଂସ୍କାର କାର୍ଯ୍ଯ କରାଯିବ ବୋଲି ଶକ୍ତିପୀଠ କମିଟି ତରଫରୁ ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ଯ ଯେ, ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞକୁ ନେଇ ସିନାପାଲି ଶକ୍ତିପୀଠ ମାଧ୍ଯମରେ ବ୍ଯାପକ ପ୍ରସ୍ତୁତି ଚାଲିଥିବା ବେଳେ ଅଞ୍ଚଳରେ ବେଶ ଉତ୍ସାହର ବାତାବରଣ ପରିଲିକ୍ଷିତ ହେଉଛି । ବର୍ତ୍ତମାନର ନବରାତ୍ର ପୂଜା କାର୍ଯ୍ଯକ୍ରମକୁ ସିନାପାଲି ଗାୟତ୍ରୀ ଶକ୍ତିପୀଠର କର୍ମକର୍ତ୍ତାମାନେ ପରିଚାଳନା କରୁଛନ୍ତି ।
ନୂଆପଡ଼ା ରୁ ରମେଶ ମେହେରଙ୍କ ରିପୋର୍ଟ,୨୬/୯/୨୦୨୨--୯,୩୫ Sakhigopal News,26/9/2022