ଅଙ୍ଗନବାଡି କର୍ମୀଙ୍କ ଦବଙ୍ଗଗିରି
କଟକ---- କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅଧୀନସ୍ଥ ବୈଦେଶ୍ଵର ପଞ୍ଚାୟତର ପୋଡା ପାଟଣା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଘଟନା । ଅଙ୍ଗନବାଡି କର୍ମୀ ପ୍ରଭାତୀ କୁମାରୀ ରାଉତ ଏହି କେନ୍ଦ୍ର ପରିଚାଳନା ଦାୟିତ୍ବରେ ଅଛନ୍ତି । ସେ ମହାଶୟା କେନ୍ଦ୍ରକୁ କୁଆଡେ ନିୟମିତ ଆସନ୍ତି ନାହିଁ । ଯେତେବେଳେ ଆସନ୍ତି ପୁରା ସମୟ ରୁହନ୍ତି ନାହିଁ । ଯେତିକି ସମୟ ଆସନ୍ତି ମୋବାଇଲରେ ବ୍ଯସ୍ତ ରୁହନ୍ତି । ନିମ୍ନ ମାନର ଖାଦ୍ୟ ଖାଇବା ପାଇଁ ଦିଅନ୍ତି । ଜଳଖିଆ ଆଦୌ ଦିଅନ୍ତି ନାହିଁ । କେନ୍ଦ୍ରକୁ ପ୍ରାୟ ସମୟ ସହାୟିକା ଚଳାଇଥାଏ । ସହାୟିକା ଉଭୟ କେନ୍ଦ୍ର ପରିଚାଳନା ଓ ରୋଷେଇ କାମ କରିବା ସମସ୍ତ ଅବ୍ଯବସ୍ଥା ଦେଖାଯାଉଛି । କେନ୍ଦ୍ରଟି ରାସ୍ତା କଡରେ ଥିବାରୁ ଅହରହ ଯାଉଥିବା ଯାନବାହାନ ଓ ଗୋରୁଗାଈଙ୍କ ଦ୍ବାରା କୁନିକୁନି ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି । ଏ ବିଷୟରେ ଅଭିଯୋଗ କଲେ ଅଭିଯୋଗ କରିଥିବା ଲୋକ ନାମରେ ଜାନାକାରୀ କେସ୍ ଦେବାକୁ ପଛାଉନାହି । ମାଡାମ ମୋବାଇଲରେ ଏତେ ବ୍ଯସ୍ତ ରହୁଛନ୍ତି ଯେ ଛୋଟ ପିଲା ଖାଇବା ବେଳେ ସେ ଥାଳିରେ କୁକୁର ଖାଇଲେ ମଧ୍ୟ ତାଙ୍କର ସେଥିପାଇଁ ନିଘା ନାହିଁ । ପିଲାର ଅଭିଭାବକ କହିଲେ ତାକୁ ହାତ ଉଠାଇବାକୁ ପଛାଉ ନାହାନ୍ତି । ସରକାରଙ୍କ ତହବିଲରୁ ଦରମା ନେଇ କୁନିକୁନି ପିଲାମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା କର୍ମୀକୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଦାବି ହେଉଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୪/୯/୨୦୨୨--୭,୪୦ Sakhigopal News,14/9/2022