ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଆଜାଦି କି ଅମୃତ ମହୋତ୍ସବ ପାଳିତ
ସାକ୍ଷୀଗୋପାଳ ---ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ରାରା ଆଜାଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସତ୍ୟବାଦୀ ଶିକ୍ଷା ମଣ୍ଡଳର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୁଷା ମଲ୍ଲିକ ଏବଂ ଅବସର ପ୍ରାପ୍ତ ସ୍ଥାନୀୟ ଶିକ୍ଷକ ବନମାଳି ବେହେରା ଅତିଥି ଭାବେ ଯୋଗଦେଇ ପୂଣ୍ୟତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅମୃତ ମହୋତ୍ସବ ଅବସରରେ ଗୋପବନ୍ଧୁଙ୍କ ଜୀବନ ଚର୍ଯ୍ୟା ତଥା କର୍ମ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ। ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୋପୀନାଥ ଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ,ଶିକ୍ଷକ ବସନ୍ତ କୁମାର ସ୍ବାଇଁ, ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ, ଶିକ୍ଷୟିତ୍ରୀ ସୌଦାମିନୀ ନାୟକ, ପୁନମ କୁଜୁର, ତପସ୍ବିନି ତ୍ରିପାଠୀ ଓ ଉର୍ମିଳା ଦେବୀ,କୃଷ୍ଣପ୍ରିୟା ଦାଶ ଓ ନିହାରିକା ସେନାପତି ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମୃତ୍ୟୁଞ୍ଜୟ ରଥ ଓ ବିଶ୍ବନାଥ ସ୍ବାଇଁ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଚିନ୍ମୟ କୁମାର ଜେନା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୯/୨୦୨୨----୯,୧୦ Sakhigopal News,26/9/2022