ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ପୁରୋହିତଙ୍କୁ ବୃକ୍ଷ ଦାନକଲେ
ଡେଲାଙ୍ଗ : ସଂପ୍ରତି ପିତୃପକ୍ଷ ଆରମ୍ଭ ହୋଇଯାଇଛି ।ଆଶ୍ଵିନ କୃଷ୍ଣପକ୍ଷ ଯାହାକୁ କି ଲୋକମୁଖରେ ଅପରପକ୍ଷ ନାମରେ ପରିଚିତ । ତିଳ ତର୍ପଣ, ପିତୃପୁରୁଷଙ୍କୁ ପିଣ୍ଡଦାନର ସମୟ । ଏହିଅବସରରେ ପରିବେଶ କୁ ଭଲପାଉଥିବା ତଥା ପରିବେଶ ପାଇଁ ବ୍ୟାପକ ଜନସଚେତନ ସୃଷ୍ଟି କରି ଆସୁଥିବା ବୋଳକଣା ଗ୍ରାମର ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କୁ ବୃକ୍ଷ ଦାନ ଦେଇ ଜନସଚେତନତା ସୃଷ୍ଟି କରିଛନ୍ତି । ପୁରୋହିତ ମଧ୍ୟ ହୃଷୀକେଶ ଙ୍କ ସବୁଜ ପରିକଳ୍ପନାର ବିଶ୍ୱ କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୯/୨୦୨୨---୮,୫୫ Sakhigopal News,15/9/2022