Breaking News

ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳିତ ଓ ସଚେତନତା ଶୋଭାଯାତ୍ରା


ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ  ସ୍ଵଚ୍ଛତା ଓ ପରିବେଶ ଉପରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା। ଏଥିରେ ଯୋଗଦେଇଥିଲେ  କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୂବନେଶ୍ଵରର ନିର୍ଦ୍ଦେଶକ ଗୋବିନ୍ଦ ଆଚାର୍ଯ୍ୟ,ବରିଷ୍ଠ ବୈଜ୍ଞାନିକ ଡଃ ପେଟିକମ ଶ୍ରୀନିବାସନ, ସିଂଘରାୟ ମାଝି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ପ୍ରଦିପ କୁମାର ସେଠୀ, ପରିବେଶ କର୍ମି ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ପବିତ୍ର ମୋହନ ପରିଡା, ଓ ପ୍ରଶାନ୍ତ କୁମାର ପରିଡା,ନରେଶ ପରିଡା ପ୍ରମୁଖ ଓ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ନଡିଆ,ଗୁଆ,ଆମ୍ଵ ଓ ବଉଳ ଚାରା ରୋପଣ କରା ଯାଇଥିଲା। 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୯/୨୦୨୨----୮,୪୦ Sakhigopal News,15/9/2022

Blog Archive

Popular Posts