ପାଣି ସ୍ରୋତରେ ଭାସି ପୂଜାରୀଙ୍କ ର ମୃତ୍ୟୁ
ଭଞ୍ଜନଗର---ଭଞ୍ଜନଗର ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମ ର ଚନ୍ଦ୍ର ନାଇକ (70)ବର୍ଷ ବଡନଦୀ ପାଣି ସ୍ରୋତରେ ଭାସିଯାଇ ମୃତ ଘଟିଛି । ସ୍ଥାନୀୟ ଲେଖାମାନେ ମୃତ୍ୟୁ ଦେହ କୁ ଭଦ୍ଧାର କରି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ ପହଞ୍ଚି ମୃତ ଚନ୍ଦ୍ରର ମୃତଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇଥିବା ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଖବର ନେବାରେ ଚନ୍ଦ୍ର ନାଇକ କୁଲାଡ ଗ୍ରାମରେ ଥିବା ତଳ ବ୍ୟଘ୍ରଦେବୀ ମନ୍ଧିର ପରିସରରେ ଥିବା ଠାକୁରାଣୀଙ୍କର ସେବକ ଭାବେ ପୂଜାକରି ଆସୁଥିଲେ। ରବିବାର ସକାଳୁ ନିଜ ଗ୍ରାମ କୃଷ୍ଣପଲ୍ଲୀ ରୁଆସି ମା ଠାକୁରାଣୀଙ୍କ ପୂଜାର୍ଚନା ସାରି ଗ୍ରାମକୁ ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ବଡନଦୀ ପାଣି ସ୍ରୋତରେ ଖସି ପଡ଼ିଥିଲେ । ସ୍ରୋତରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଚନ୍ଦ୍ରକୁ ପାଣି ସ୍ରୋତରୁ ଭଧାର କରିବା ବେଳକୁ ଚନ୍ଦ୍ରର ମୃତ୍ୟୁ ଘଟିଥିଲା ।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ହେଇଥିବା ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୯/୨୦୨୨---୫,୪୦ Sakhigopal News,18/9/2022