Breaking News

ସ୍ୱଚ୍ଛତା ପାଇଁ ପଞ୍ଚାୟତ ବାସୀ କୁ ସଚେତନ କଲେ ଯୁବ ସରପଞ୍ଚ



ନୟାଗଡ଼--ଘରକୁ ଘର ଓ ଗାଁ ଗାଁ ବୁଲି  ଅଳିଆ ଆବର୍ଜନା ସଫା କରିବା ସହ ସ୍ୱଚ୍ଛତା ପାଇଁ ଲୋକଙ୍କୁ  ସଚେତନ କଲେ ସ୍ଥାନୀୟ ସରପଞ୍ଚ । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଗଣିଆ ଗ୍ରାମ ପଞ୍ଚାୟତରେ । ସରପଞ୍ଚ ଶ୍ରୀ ଗିରିଧାରୀ ସେଠି ନିଜ ପଞ୍ଚାୟତକୁ ସ୍ୱଛ ଓ ସୁନ୍ଦର କରିବା ପାଇଁ ଆରମ୍ଭ କରିଛନ୍ତି ସ୍ୱଛ ଭାରତ ଅଭିଯାନ ।ଏହି କାର୍ଯ୍ୟକ୍ରମ ଅକ୍ଟୋବର ମାସ ଦୁଇ ତାରିଖ ପଯ୍ୟନ୍ତ ଚାଲିବ ବୋଲି ସରପଞ୍ଚ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଡ଼ିଓ ଶୁଭ୍ର ସିରିଏଲ ପଟେଲ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ଶ୍ରୀ ଫକୀର ମୋହନ ଡାକୁଆ, ସମେତ ପଞ୍ଚାୟତର  କର୍ମ କର୍ତ୍ତା ଯୋଗ ଦେଇଥିଲେ । ସୋମବାର ଦିବା 12ଘଟିକା ସମୟରେ ବିଡ଼ିଓ ଓ ସରପଞ୍ଚ, ସମିତି ସଭ୍ୟ, ମହିଳା ମଣ୍ଡଳ, ଗ୍ରାମର ଅନ୍ୟ ଲୋକ ମାନେ ସାମିଲି ହୋଇ ରାମ ମନ୍ଦିର, କଳାପାଟ ମନ୍ଦିର, ଶିଶୁ ରାଇଜ, ତେଲି ସାହି, ଜଗନ୍ନାଥ ମନ୍ଦିର, ଗଣିଆ ବଜ଼ାର ବୁଲି ସ୍ଵଚ୍ଛ ଭାରତ ଉପରେ ଲୋକମାନଙ୍କୁ ସଚେତନ କରିଥିଲେ । ଏହା ସହିତ ଟଲିରେ ଆବର୍ଜନା ଭର୍ତ୍ତି କରି ପରିବେଶ ପରିଷ୍କାର ପରିଚ୍ଛନତା କରିଥିଲେ । ପ୍ରକାଶ ଥାଉକି ପଞ୍ଚାୟତ ର ନିଜସ୍ୱ ଖର୍ଚ୍ଚରେ ଅଳିଆ ଆବର୍ଜନା ସଫା କରିବା ପାଇଁ ବିଗତ ଦିନରେ ଏକ ଟ୍ରାକ୍ଟର ଯୋଗାଇ ଦେବା ସହ ବଜ଼ାର ଉପରେ ଆବର୍ଜନା କୁଣ୍ଡ ସ୍ଥାପନ କରାଯିବ ବୋଲି ସରପଞ୍ଚ ପ୍ରତିଶୃତି ଦେଇଛନ୍ତି ।ଏଭଳି କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳ ବାସୀ ସରପଞ୍ଚ କୁ କୃତଜ୍ଞତା ଜଣାଇଛନ୍ତି। 

ନୟାଗଡ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୨୧/୯/୨୦୨୨---୭,୧୦   Sakhigopal News,21/9/2022

Blog Archive

Popular Posts