Breaking News

ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷା ର ରକ୍ଷା କବଚ



ଡେଲାଙ୍ଗ :ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆଜି ବୋଲକଣା ଗ୍ରାମ ପରିସରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଯାଇଅଛି । ଏ. ଏନ. ଏମ. ଦିଦି କୌଶଲ୍ୟା ଦେଇ "ସବୁଜ ଡେଲାଙ୍ଗ ଟ୍ରଷ୍ଟ ର "ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷା ର ରକ୍ଷାକବଚ 'ଲୋକାର୍ପଣ କରି ସ୍ୱାସ୍ଥ୍ୟ ସଚେତନତା ଉପରେ ବିଷଦ ଆଲୋଚନା କରିଥିଲେ । ବିଶେଷକରି କରୋନା କୁ "ନା ', ଡେଙ୍ଗୁ ରୋଗ ର ବିଲୋପ,  ମଶା ଵଂଶ ଲୋପ, ମ୍ୟାଲେରିଆ ନିରାକରଣ, ବାୟୁ ପ୍ରଦୂଷଣ ଜନିତ ରୋଗ ର ବିଲୋପ, ଜଳବାୟୁ ର ଅସ୍ୱାଭାବିକ ପରିବର୍ତନ, ବୃକ୍ଷ ରୋପଣ, ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପ୍ରକୃତିପ୍ରେମୀ ହୃଷୀକେଶ ପାଢ଼ୀ ଙ୍କର  ଅଭିଯାନ କୁ ଭୁୟସୀ ପ୍ରଂଶସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି ଦିଦି ମମତା ପ୍ରଧାନ ଓ ବିଷ୍ଣୁପ୍ରିୟା ପରିଡା, ଆଶାକର୍ମୀ ହୁଲ୍ଲାସିନି ଦାସ, ସଭ୍ୟା ଅନନ୍ୟା ଗୀତିରେଖା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଇନଜୀବୀ ହୃଷୀକେଶ ପାଢ଼ୀ ସମସ୍ତଙ୍କର ପାଇଁ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୯/୨୦୨୨----୧୦,୨୦ Sakhigopal News,14/9/2022

Blog Archive

Popular Posts