Breaking News

ପୋଖରୀ ରେ ବୁଡି ବୃଦ୍ଧଙ୍କ ମୃତ୍ୟୁ


ଭଞ୍ଜନଗର– ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ପୋଖରୀ ରେ ବାଞ୍ଛାନିଧି ଗୈାଡ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି ।  ଗାଁ ପୋଖରୀ କୁ ଗାଧୋଇବାକୁ ଯାଇ ଫେରି ନଥିଲେ। ଘରକୁ ନ ଫେରି ବାୟୁ ପରିବାର ପକ୍ଷରୁ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀ ଭିତରୁ ବାଞ୍ଛାନିଧି ଙ୍କୁ  ଉଧାର କରିଥିଲେ ସ୍ଥାନୀୟ ଲୋକେ । ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହ  ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪,୫୦   Sakhigopal News,24/9/2022

Blog Archive

Popular Posts