Breaking News

ଅଭିଭାଇ ଚା ଦୋକାନ ଖଟିରୁ ପଦେ


ନୟାଗଡ଼ ---ଭଲଚାହା ପିଇବା ଗଣିଆବ୍ଲକ ବଜାର ଚୌବଙ୍ଗଠାରେ ଥିବା ଅଭିଭାଇ ଦୋକାନ କଥା ନଜର କୁ ଆସିଥାଏ । ଚାଷୀ ପରିବାର ରେ ଜନ୍ମ ହୋଇ ଚାହା ଦୋକାନ କୁ ଆପଣେଇ ଛନ୍ତି ଅଭିଭାଇ। ଅତି ଗରିବ ପରିବାର ରେ ଜନ୍ମିତ ଅଭି ଦୀର୍ଘ10ବର୍ଷରୁ ଉର୍ଦ୍ଧଗଣିଆ ବଜାର ଚୌବଙ୍ଗଠାରେ ଏକ ଚାହା ଦୋକାନ କରିଛନ୍ତି।ତାଙ୍କ ନିଜଘର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ମଇଁଷି ବିନ୍ଧାଗ୍ରାମରେ।ତାଙ୍କୁ ଲୋକମାନେ ସେହ୍ନରେ ଡାକନ୍ତି ଅଭିଭାଇ।ଭୋରଚାରିଟା ସମୟ ରୁ ଅଭିଦୋକାନ ଖୋଲି ଦିନ ୨ଟା ପର୍ଯ୍ୟନ୍ତ ରୁହନ୍ତି । ଏବଂ ଅପରାହ୍ନ ଚାରିଟାଠାରୁ ଦୋକାନ ଖୋଲି ରାତି10ଟା ପର୍ଯ୍ୟନ୍ତ ରୁହନ୍ତି।ଖାଲି ଖୀରରେ ପାଣି ନଦେଇ ସ୍ପେଶାଲ ଚାହା ବନେଇ ଥାଆନ୍ତି ଓଏହା ସହିତ ଦୋକାନରେ ବିଭିନ୍ନ ପ୍ରକାରର ବିସ୍କୁଟ,କେକ, ପାଉଁରୁଟି, ଛେନାପନିରି,ଓମଫେଡ କ୍ଷୀର ମଧ୍ୟ ବିକ୍ରି କରିଥାଆନ୍ତି। ଯାତ୍ରୀ ବସ ରୁ ଓଲ୍ହାଇଚାହା ଖୋଜିଲେ ଅଭିଭାଇ ଚାହା ଦୋକାନ କୁ ଯାଆନ୍ତୁ ବୋଲି କହିଦିଆନ୍ତି ଲୋକ।ଗରିବ ଲୋକଟିଏ ଚାହା ପିଇ ସାରି କମ ପଇସା ଦେଲେ ମଧ୍ୟ କେତେ ବେଳେ ଅଶାନ୍ତି ହୁଅନ୍ତି ନାହିଁ ଅଭି ଭାଇ। ଏହା ତାଙ୍କର ଏକ ଭଲଗୁଣ । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୪/୯/୨୦୨୨---୬,୫୦ Sakhigopal News,14/9/2022

Blog Archive

Popular Posts