Breaking News

ସିମେଣ୍ଟ ମିକ୍‌ଚର ଟ୍ରକ ସାଇଟି ଦେବାକୁ ଯାଇ ରାସ୍ତା କରରେ ଦବିଲା, ବାଇପାସ ରାସ୍ତା ଜାମ



ସାକ୍ଷୀଗୋପାଳ,--- ସାକ୍ଷୀଗୋପାଳ ମନ୍ଦିର ବାଇପାସ ରାସ୍ତାରେ ଓଡିଆ ବିଶ୍ୱବିଦ୍ୟାଳୟକୁ ସିମେଣ୍ଟ ମିକ୍‌ଚର ଟ୍ରକ ମାଲ ଅନଲୋଡ କରି ଫେରୁଥିବା ସମୟରେ ବାସୁକେରା ଗ୍ରାମର ତାରେଣି ମନ୍ଦିର ନିକଟରେ ସାଇଟି ଦେବା ସମୟରେ ଦବି ଯାଇଛି । ଯାହାକି ଉକ୍ତ ରାସ୍ତାରେ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ରାସ୍ତା ଜାମ ହୋଇ ରହିଥିଲା । ସାକ୍ଷୀଗୋପିନାଥ ଦେବଙ୍କୁ ଦର୍ଶନ କରିବା ପାଇଁ ଏବେ ବିଭିନ୍ନ ରାଜ୍ୟରୁ ଶ୍ରର୍ଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଏବେ ମହାଳୟ ଶ୍ରାଦ୍ଧ ଚାଳୁଥିବାରୁ ବିଭିନ୍ନ ରାଜ୍ୟରୁ ଲୋକମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ବିଭିନ୍ନତୀର୍ଥକୁ ଆସିଥାନ୍ତି । ପ୍ରତିଦିନ ଶହ ଶହ ବସ, ଅଟୋ, କାର ଲାଗୁଛି । ବଜାର ଦେଇ ଗାଡି ଗୁଡିକ ଆସିଥିବା ବେଳେ ମନ୍ଦିର ବାଇପାସ ଦେଇ ଯାଇଥାନ୍ତି । ଯାହା ଫଳରେକି ବଜାର ଜାମ ହୋଇନଥାଏ । ଟ୍ରକଟି ଦବି ରାସ୍ତା ଜାମ ହେବାରୁ ବଜାର ଦେଇ ଗାଡି ମଟର ଗୁଡିକ ଯିବା ଆସିବା କରିବାଯୋଗୁ ବଜାର ରାସ୍ତା ଜାମ ହୋଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୨/୯/୨୦୨୨-----୮,୨୫

  Sakhigopal News, 22/9/2022

Blog Archive

Popular Posts