ଭୁ ଅର୍ଜନ ଅଧିକାରୀ ଙ୍କୁ ଝାଡୁ ରେ ପିଟିଲେ ମହିଳା
ନୟାଗଡ଼--- ନୟାଗଡ଼ ଭୁ ଅର୍ଜନ ଅଧିକାରୀ ଙ୍କୁ ଝାଡୁ ରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି ଆହତ ଭୁ ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୁଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ଘରୁ ଅଫିସ କୁ ଆସୁଥିବା ବେଳେ ନୟାଗଡ଼ ମିଶ୍ର କଲୋନୀ ରାସ୍ତାରେ ଅଟକାଇ ମାଡ଼ ମାରିଛନ୍ତି ମହିଳାମାନେ । ଅଧିକାରୀ ଙ୍କୁ ଚୁଡ଼ି, ଶଙ୍ଖା,ସିନ୍ଦୁର ପିନ୍ଧାଇ ଝାଡୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା । ଲାଞ୍ଚ ନ ଦେବାରୁ ଦିର୍ଘଦିନ ଧରି ଜମିହରା ଲୋକଙ୍କୁ କ୍ଷତି ପୂରଣ ଦେଉନଥିବା ଅଭିଯୋଗ କରି ମହିଳା ମାନେ ମାଡ଼ ମାରିଥିବା ଜଣା ପଡିଛି । ମାଡ଼ରେ ଆହତ ହୋଇ ଭୁ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି । ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ନୂଆଗାଁ ରୁ ଦଶପଲ୍ଲା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଲୋକ ଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ । ତେବେ ଲୋକ ମାନେ ହରାଇଥିବା ନିଜ ଜମିର ମୂଲ୍ୟ ପାଇବାରେ ବ୍ୟାପକ ବିଳମ୍ବ ହେଉଛି । ତେଣୁ ଏନଇ ମହିଳା ମାନଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି ଭୁ ଅର୍ଜନ ଅଧିକାରୀ । ବାରମ୍ବାର ଅଧିଗୃହିତ ଜମି କ୍ଷତି ପୂରଣ ଟଙ୍କା ପାଇଁ ଲୋକ ମାନେ କାର୍ଯ୍ୟାଳୟ କୁ ଦୌଡ଼ି ନିରାଶ ହେବାପରେ ଏଭଳି ପଦକ୍ଷେପ ନେଇଥିବା ମହିଳା ନେତ୍ରୀ କମଳିନୀ ପାଟସାହାଣୀ କହିଛନ୍ତି। ଭୁ ଅର୍ଜନ ଅଧିକାରୀ ସଂଜୟ ପତିହାରି ଙ୍କୁ ମାଡ ମାରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ 5 ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି । ଭୁଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ଅଧିକାରୀ ଙ୍କୁ ଚୁଡ଼ି, ଶଙ୍ଖା,ସିନ୍ଦୁର ପିନ୍ଧାଇ ଝାଡୁରେ ମହିଳା ମାନେ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ସହ ସରକାରୀ ଅଧିକାରୀଙ୍କ ସୁରକ୍ଷା ଦାବି କରିଛି ନୟାଗଡ଼ ଜିଲ୍ଲା OAS ସଙ୍ଘ । ଏ ନେଇ ଜିଲ୍ଲାପାଳ ଓ SP ଙ୍କୁ OAS ସଙ୍ଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୯/୨୦୨୨----୯,୫୦ Sakhigopal News,28/9/2022