ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ପୋଷଣ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଇଫେକୋ ସହାୟତାରେ ପୋଷଣ ଅଭିଯାନ ପାଳିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି ଯୋଗ ଦେଇ ଚାଷୀ ମାନଙ୍କର ଆୟ କିପରି ଦୁଇଗୁଣ କରାଯାଇ ପାରିବ ସହିତ ପୋଷକତତ୍ୱର ଆବଶ୍ୟକତାକୁ ପୂରଣ କରିବା ଏବେ କୃଷି ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି ଡ. ମହାନ୍ତି କହିଥିଲେ । ଅନୁଷ୍ଠିତ ସଭାରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଚାଷୀମାନେ ଯୋଗ ଦେଇଥିଲେ । ପୋଷଣ ସମ୍ପର୍କରେ ସୂଚନା ଓ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା । ପୋଷଣ ଦୂର କରିବା ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସାର ସମ୍ବନ୍ଦରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ଚାଷୀ ମାନଙ୍କୁ ବିଭିନ୍ନ ପନିପରିବା ମଞ୍ଜି ପ୍ୟକେଟ ସହିତ ଆମ୍ବ, ପିଜୁଳି, ସଜନା, ଅମୃତଭଣ୍ଡା ଚାରା ବଣ୍ଟନ କରାଯାଇଥିଲା । ସଭାରେ ବୈଜ୍ଞାନିକ ଡ. ସୁମିତା ଆଚାର୍ଯ୍ୟ ( ଗ୍ୟହ ବିଜ୍ଞାନୀ, ଡ. ଅମ୍ବିକା ପ୍ରସାଦ ନାୟକ ମତ୍ସ୍ୟ ବିଜ୍ଞାନୀ, ଡ. ଦୀପାଶିକା ପରମଜିତା କୃଷିଯନ୍ତ୍ରପାତିସୋନୀତା ରାଣୀ ସେଠୀ କୃଷି ସମ୍ପସାରଣ,ଡ. ମଞ୍ଜୁଳା ତ୍ରିପାଠୀ, ମୁଖ୍ୟ ଉପଉଦ୍ୟାନ କୃଷି ବିଭାଗ, ସୁବାସ ଚନ୍ଦ୍ର ଜେନା କ୍ଷେତ୍ର ନିରୀକ୍ଷକ ଇଫୋକ, ଡ, ଜ୍ଞନେ ରଞ୍ଜନ ମିଶ୍ର ମଣ୍ଡଳ ପଶୁ ସମ୍ପଦ ବିଭାଗ ସତ୍ୟବାଦୀ, ସସ୍ମିତା ମହାନ୍ତି ସହାୟକ କୃଷି ଅଧିକାରିଣୀ ସାକ୍ଷୀଗୋପାଳ ଓ ସୁପିୟା ସୁବୁଧି ଆଇସିଡିଏସ ସତ୍ୟବାଦୀ ପ୍ରମୁଖ ଉପସ୍ଥିତ ରହିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୧୮/୯/୨୦୨୨----୮,୪୫ Sakhigopal News, 18/9/2022