Breaking News

ପୃଥକ ପୃଥକ ଘଟଣାରେ ଦୁଇ ଗିରଫ


ଭଞ୍ଜନଗର--ତାରସିଂ ଥାନା ଅନ୍ତର୍ଗତ ଲୁଣ୍ଡୁରୁପଦର ଗ୍ରାମର ରାବଣା ଜାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ତାରସିଂ ପୁଲିସ ।ଖବର ନେବାରେ ଲୁଣ୍ଡିପଦର ଗ୍ରାମର ନମିତା ଜାନୀ ଙ୍କ ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ସେହି ଗ୍ରାମର ରାବଣା ଜାନୀ ଗତ ୧୭ ତାରିଖ ସନ୍ଧ୍ୟାରେ ଘରେ ପଶି କୈଣସି କାରଣକୁ ନେଇ ଗାଳିଗୁଲଜ କରିବା ସହ ମାରିବା ପାଇଁ ଧମକ ଦେଇଥିଲା ।ଏହି ଘଟଣାକୁ ନେଇ ନମିତା ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ ୨୫୪/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।  ତାରସିଂ ପୁଲିସ ରବିବାର ଆସାମୀ ରାବଣା ଗ୍ରାମରେ ଥିବା ର ଖବର ପାଇ ରାବଣାର ଘର ଉପରେ ଚଢାଉ କରି ଆସାମୀ ରାବଣାକୁୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି ।ସେହିପରି ପଟାଙ୍ଗି ଗ୍ରାମର ବିଭୃତି ଭୂଷଣ ଦଳବେହେରାଙ୍କ ଭଉଣୀ ଗୋଲାପି ମାଝୀଙ୍କ ଭିଣୋଇ  କଳିଙ୍ଗପଦର ଗ୍ରାମର ଟିଟୁ ମାଝି ମଦ୍ୟପାନ କରି ବିଭୂତିକୁ  କୈଣସି କାରଣକୁ ନେଇ ହତ୍ୟା ଧମକ ଦେଇଥିଲା ।ଏହି ଘଟଣାକୁ ନେଇ ବିଭୂତି ଟିଟୁ ବିରୁଦ୍ଧରେ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା କେସନଂ ୨୯୭/୨୨ରେ ମାମଲା ରୁଜୁ କରି ତାରସିଂ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ରବିବାର ଆସାମୀ ଟିଟୁ କୁ ତାରସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।ଦୁଇଟି ମାମଲାରେ ୨ଜଣ ଆସାମୀକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୯/୨୦୨୨---୯,୪୫  Sakhigopal News,27/9/2022

Blog Archive

Popular Posts