Breaking News

ଜାତୀୟ ସ୍ତର ବିଜ୍ଞାନ ମେଳାକୁ ପୁରୀ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ସାଇସୋହମ ମନୋନୀତ

 


ସାକ୍ଷୀଗୋପାଳ-----  ୪୮ତମ ରାଜ୍ୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉତ୍ସବ କଟକସ୍ଥିତ ଖାନନଗର ଉଚ୍ଚ ବିଦ୍ୟାଳୟଠାରେ  ଅନୁଷ୍ଠିତ ହୋଇଥିଲା । ଏଥିରେ ସାଇ ସୋହମ ପ୍ରଧାନ ଭାଗ ନେଇ ପୁରୀ ଜିଲ୍ଲାରୁ ଜଣେ ମନୋନୀତ ହୋଇଛନ୍ତି । ସେ ଏବେ ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର  ଆମାସର ଗୌାଆହାଟି ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତର ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।  ସାଇସୋହମଙ୍କର ପ୍ରକଳ୍ପର ନାମଥିଲା ୱାଟର, ଏୟାର, ନଏଜପଲ୍ୟୁସନ ନିର୍ଦ୍ଦାରଣ ଓ ଆଇଓଟି ମାଧ୍ୟମରେ ପ୍ରତିକାର । ତାଙ୍କର ଗାଇଡି ଶିକ୍ଷୟତ୍ରୀ ଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟର ମନସ୍ମିତା ବେହେରା । ଏହି ପ୍ରତିଯୋଗିତାରେ ୩୦ ଗୋଟି ଜିଲ୍ଲାରୁ ୧୫୫ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା ।   ସାଇସୋହମ ଏହା ଆଗରୁ ବକ୍‌ୁତା, ପ୍ରବନ୍ଧ, ଚିତ୍ରାଙ୍କନ, ବିଜ୍ଞାନ , ଗଣିତ, ଅଲମ୍ପିୟାଡ, ବିଜ୍ଞାନ ଆଲେଚନା ଚକ୍ର, କୁଇଜ ଇତ୍ୟାଦି କ୍ଷେତ୍ରରେ ରାଜ୍ୟ ସ୍ତରରେ ଅନେକ ଥର ସଫଳତା ଆଣିଛନ୍ତି । ଏପରିକି ରାଜ୍ୟସ୍ତରରେ ବକ୍‌ୁତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଶିକ୍ଷକ ,ଶିକ୍ଷୟତ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ,ମାତା ସୂର୍ଣ୍ଣଲତା ବିଶ୍ୱାଳଙ୍କ  ପୁଅ ସାଇ ସୋହମ ପ୍ରଧାନ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବେଶ ସୁନାମ ଆଣିପାରିଛି ତାଙ୍କ ବାପା ଓ ମା ସତ୍ୟବାଦୀ  ପାଇଁ । ଜାତୀୟ ସ୍ତରରେ ସଫଳତା ଲାଭ କରି ସତ୍ୟବାଦୀ ମାଟିର ଟେକ ରଖିବ ବୋଲି ସାକ୍ଷୀଗୋପାଳ ନିୟୁଜ ପରିବାର ପକ୍ଷରୁ ପ୍ରଭୁ ଜଗନ୍ନାଥ ଓ ସାକ୍ଷୀଗୋପିନାଥଙ୍କ ପାଖରେ ଦୀପ ପ୍ରଦାନ କରାଯାଇଛି ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୨/୯/୨୦୨୨---୮,୨୦    Sakhigopal News, 22/9/2022 

Blog Archive

Popular Posts