ଭାରତୀୟ ବିକାଶ ପରିଷଦ ପକ୍ଷରୁ ଛତ୍ରପୁର ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ନୟାଗଡ଼--- ଭାରତୀୟ ବିକାଶ ପରିଷଦ ଆନୁକୂଲ୍ୟରେ ଛତ୍ରପୁର ବ୍ଳକ ର 18 ଖଣ୍ଡ ଗ୍ରାମବାସୀ ଯଥା କାଳିପଲି, ଲକ୍ଷୀପୁର, ବଡ଼ପୁଟି, ରାମୟପାଲି ,
ଆଗ୍ରହରମ, ପାଇକପଡା, ଉପଲପୁଟି, ହରିପୁର, ଆଯ୍ୟ ପଲ୍ଲୀ କତୁ ରୀ, ଚମାଖଣ୍ଡି,ଆଲିପୁର, ନାରାୟଣ ପୁର, ମାନସରକତା, ମାଟିଖାଲ୍, କୋଣାମନା, ଶ୍ରୀରାମଚନ୍ଦ୍ର
ପୁର, ବାଗିନିପେଟା, ବାସାନପୁଟି ଇତ୍ୟାଦି ଗ୍ରାମବାସୀ ପ୍ରାୟ ଦୁଇହଜାର ରୁ ଅଧିକ ଅଧିବାସୀ ଛତ୍ରପୁର ଉପର ବସ ଷ୍ଟାଣ୍ଡ ଠାରୁ ଏକ ବିରାଟ ରାଲି ବାହାରି ଜିଲ୍ଲାପାଳ କାଯ୍ୟାଳୟ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଇଥିଲା। ଉକ୍ତ ସଭାର ମୁଖ୍ୟ ବିଷୟ ଏହିକିଯେ ତା 28.10.1995 ରେ ରାଜ୍ୟସରକାରଙ୍କ ସହିତ ଟାଟା ଷ୍ଟିଲ୍ କମ୍ପାନୀ ଏକ ଚୁକ୍ତି ନାମା ସ୍ୱାକ୍ଷର କରିଥିଲେ । ବନ୍ଦର ଭିତ୍ତିକ ଏକ ଇଣ୍ଡିଗ୍ରେଟେଡ଼ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନା କରାଯିବ । ଉକ୍ତ ଟାଟା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଆବଶ୍ୟାକ ଜମି ଓ ଅନ୍ୟାନ୍ୟ ଅନୁସଙ୍ଗିକ ସୁବିଧା ଯଥା ରାସ୍ତା, ବିଦ୍ୟୁତ, ଜଳ, ଭୂମି ଓ ଇତ୍ୟାଦି ସୁବିଧା ରାଜ୍ୟ ସରକାର ଯୋଗେଇଦେବ ପାଇଁ ମଧ୍ୟ ଚୁକ୍ତିରେ ଉଲ୍ଲେଖନୀୟ ରହିଛି । ରାଜ୍ୟ ସରକାର ମୋଟ 3700 ଏକର ଜମି ଯୋଗେଇଦେଇଥିଲେ ।କିନ୍ତୁ ଟାଟା ଷ୍ଟିଲ୍ ଦୀଘ୍16 ବର୍ଷ ପଯ୍ୟନ୍ତ ସେହି ଜମିରେ ଷ୍ଟିଲ୍ ପ୍ଲାନ ସ୍ଥାପନା କରିଲେ ନାହିଁ । 2011 ମସିହାରେ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଯେ ଏସ ଏ ଜଡ
ଆଇନ ପ୍ରକାରେ ଟାଟା ଇଣ୍ଡଷ୍ଟ୍ରିଆଲ୍ ପାକ୍, ଗୋପାଳପୁର ଠାରେ ଉକ୍ତ ଜମିରେ ସ୍ଥାପନା କରାଯାଉ । 2011 ନଭେମ୍ବର ମାସ ରେ କିଛି ବିଜୁ ଜନତା ଦଳର କର୍ମୀ କୁ ନେଇ ଜବରଦସ୍ତି ଲୋକଙ୍କୁ ଭୟଭୀତ କରାଇ
ହାତ ଗଣିତ କିଛି ଲୋକଙ୍କ ଉପସ୍ଥିତିରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରକାରରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ୍ ଓ ପରିପ୍ରବଶ ମନ୍ତ୍ରଣାଳୟ ଚିଠି ନମ୍ବର 21-136/2015 ତା 20.09.2018 ରେବାର ମିଲ୍ ଓ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ଇତ୍ୟାଦି ସ୍ଥାପନା ପାଇଁ ପରିବେଶ ମଞ୍ଜୁରୀ ଦେଲେ ।
ଦିପକ ଫର୍ଟିଳାଇଜର୍ସ ନାମକ କେମିକାଲ୍ କମ୍ପାନୀକୁ ଟାଟା ଇଣ୍ଡଷ୍ଟ୍ରିଆଲ୍ ପାକ୍ ଗୋପାଳପୁର ଠାରେ ଏକର 40.00 ଜମି ପ୍ରଦାନ କରି ଟ 2200 କୋଟି ଟଙ୍କା ଖର୍ଚ୍ଚ
କରି ସ୍ମାଟ୍ କେମ ଟେକ୍ନୋଲୋଜି ଲିମିଟେଡ଼ ନାମରେ ରେଜିଷ୍ଟ୍ରି ଭୁକ୍ତ କମ୍ପାନୀ ଟେକନିକାଲ ଏମୋନିଆ ନାଇଟ୍ରେଟ ଉତ୍ପାଦନ କରିବା ସହିତ ଏକ କୋଇଲା ଦ୍ୱାରା ଶକ୍ତି ଉତ୍ପାଦନ କରିବା କମ୍ପାନୀ ସ୍ଥାପନା ପାଇଁ ତା 09.12.2021 ରେ ଓଡିଶାର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ସେଥିରୁ ଯେଉଁ ଏମୋନିଅ ଉତ୍ପାଦନ
ହେବ ତାହା ଏକ ବିସ୍ପୋରକ ପଦାର୍ଥ ଅଟେ । କାରଣ ପୂର୍ବ ଭାରତ ଯଥା ଓଡିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମ ବଙ୍ଗ ରାଜ୍ୟ ଖଣି ବହୁଳ ପ୍ରଦେଶ, ତେଣୁ ବହୁପରିମାଣ
ଖଣି ଖନନ ପାଇଁ ବିସ୍ପୋରକ ପ୍ରଧାତ ର ଆବଶ୍ୟକତାକୁ ଉପଲବ୍ଧିକରି ଟେକନିକାଲ ଏମୋନିଅ ନାଇଟ୍ରେଟେ କମ୍ପାନୀ ସ୍ଥାପନା କରାଗଲା ।ସେଥିରେ କେବଳ 1500 ଲୋକ ନିଯୁକ୍ତି ପାଇପାରିବେ ।
ରେବରୀ ମିଲ ଓ ଫେରାକ୍ରୋମ ପ୍ଲାଣ୍ଟ ପାଇଁ ଜନଶୁଣାଣୀ ହୋଇଥିବା ଯୋଗୁଁ ସ୍ମାର୍ଟକେମ ଟେକ୍ନୋଲୋଜି ପ୍ଲାଣ୍ଟ ପାଇଁ ଶୁଣାଣୀର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର
ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପାରା ନମ୍ବର 5 ରେ ଲିପିବଦ୍ଧ କରିଛନ୍ତି। ପରିବେଶ ସଂକ୍ରାନ୍ତୀୟ ପତ୍ର ର ପରା 7 ରେ ଲିପିବଦ୍ଧକରାଯାଇଛି ଯେ ପ୍ରସ୍ତାବିତ କାରଖାନାର 10 କିମି ବ୍ୟସାର୍ଦ୍ଧ ମଧ୍ୟରେ ଜଙ୍ଗଲ୍ ଜନ୍ତୁ ଯାତାୟତ ପଥ, ବୃକ୍ଷ, ଜଳାଶୟ, ସମୁଦ୍ର, ୱେଟଲାଣ୍ଡ, ଜନବସତି, ସ୍ୱାସ୍ଥ୍ୟହାନି କାରକ କମ୍ପାନୀ ଇତ୍ୟାଦି ନଥିଲେ ସ୍ମାଟ୍ କେମ ଟେକ୍ନୋଲୋଜି ପ୍ଲାଣ୍ଟ ସ୍ଥାପନା ହୋଇପାରିବ । ତତ୍କାଳୀନ ଜିଲ୍ଲା ପ୍ରଶାସନ କାଳିପଲି ଗ୍ରାମର 10.00 କିମି ବ୍ୟସାର୍ଦ୍ଧ ମଧ୍ୟରେ କେଵଳ ଗୋଟିଏ ନଦୀ, ସମୁଦ୍ର ଅବସ୍ତିତ ଅନ୍ୟ କୌଣସି ପ୍ରାକୃତିକ ପରିବେଶ ନଷ୍ଟ ହେବା ଭଳି ନାହିଁ ବୋଲି ଲେଖିଥିବାରୁ ଆଜି ସ୍ବାସ୍ଥ୍ୟ ହୀନ କାରକ ପ୍ଲାଣ୍ଟସ୍ଥାପନାହେବାକୁ ଯାଉଛି ।"ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲାର ରକ୍ଷକ ପରିବର୍ତେ ଗଞ୍ଜାମ ଜିଲ୍ଲାର ଭକ୍ଷକ ସାଜି ମିଥ୍ୟା ଓ କପୋଳକଳ୍ପିତ ରିପୋର୍ଟ ଦେଇଥିଲେ"।
ତେଣୁ ଭାରତୀୟ ବିକାଶ ପରିଷଦର ପତ୍ର ସଂଖୟା 372ରେ ପରିବେଶ ମଞ୍ଜୁରୀ ପତ୍ର ପ୍ରାପ୍ତିରେ 15ଦିନ ମଧ୍ୟରେ ପତ୍ୟହର କରିବା ପାଇଁ ଦାବି କରିଛି । ଯଦି ନିର୍ଧାରିତ ସମୟ ମଧ୍ୟରେ ପ୍ରସାସନ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଭାରତୀୟ ବିକାଶ ପରିଷଦ ମାନ୍ୟବର ଜାତୀୟ ଗ୍ରୀନ ଟ୍ରିବୁନାଲ ରେ ମାଲଲା ରୁଜୁ କରିବା,ପାଇଁ ବାଧ୍ୟ ହେବ ।
ଏହା ସହିତ ଅଞ୍ଚଳ ର ବାସୀ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ।ଏଥିରେ କୌଣସି ଧନ ଜୀବନ ନଷ୍ଠ ହୁଏ ଜିଲ୍ଲାପାଳ, ଜଙ୍ଗଲ୍ ଓ ପରିବେଶ ବିଭାଗ ସଚିବ, ଓ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଗତ ଭାବେ ଦାୟୀ ରହିବେ। ଉକ୍ତ ପ୍ରତିବାଦ ଓ ଶୋଭାଯାତ୍ରା ରେ ସାମାଜିକ କର୍ମୀ କୈଳାସ ମିଶ୍ର, ରାଜେନ୍ଦ୍ର ଦଳ ବେହେରା , ସୁଧାଂଶୁ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ଗୁରୁ ଚରଣ ପାତ୍ର, ସୂଯ୍ୟ ନାରାୟଣ ବେହେରା, ରବୀନ୍ଦ୍ର କୁମାର ରାଉତ ରାୟ, ଗୁରୁ ଦେବ ବେହେରା, ମୋହନ ପାତ୍ର, ଭୀମ ବେହେରା, ଏମ ଜଙ୍ଗମାୟା, ଯଶୋଦା କର, ସମେତ ସମସ୍ତ ଗ୍ରାମର କମିଟି କାଯ୍ୟ କର୍ତ୍ତା ଓ ହଜାର ହଜାର ଗ୍ରାମବାସୀ ଙ୍କ ସମେତ ଗୁରୁ ଦେବ ବେହେରା
ଏହା ସହିତ ଅଞ୍ଚଳ ର ବାସୀ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ।ଏଥିରେ କୌଣସି ଧନ ଜୀବନ ନଷ୍ଠ ହୁଏ ଜିଲ୍ଲାପାଳ, ଜଙ୍ଗଲ୍ ଓ ପରିବେଶ ବିଭାଗ ସଚିବ, ଓ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଗତ ଭାବେ ଦାୟୀ ରହିବେ। ଉକ୍ତ ପ୍ରତିବାଦ ଓ ଶୋଭାଯାତ୍ରା ରେ ସାମାଜିକ କର୍ମୀ କୈଳାସ ମିଶ୍ର, ରାଜେନ୍ଦ୍ର ଦଳ ବେହେରା , ସୁଧାଂଶୁ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ଗୁରୁ ଚରଣ ପାତ୍ର, ସୂଯ୍ୟ ନାରାୟଣ ବେହେରା, ରବୀନ୍ଦ୍ର କୁମାର ରାଉତ ରାୟ, ଗୁରୁ ଦେବ ବେହେରା, ମୋହନ ପାତ୍ର, ଭୀମ ବେହେରା, ଏମ ଜଙ୍ଗମାୟା, ଯଶୋଦା କର, ସମେତ ସମସ୍ତ ଗ୍ରାମର କମିଟି କାଯ୍ୟ କର୍ତ୍ତା ଓ ହଜାର ହଜାର ଗ୍ରାମବାସୀ ଙ୍କ ସମେତ ଗୁରୁ ଦେବ ବେହେରା