ସୁରଟ ଓଡିଆ ବିଦ୍ଯାଳୟରେ ନାଇଜର କୁଳ ସଚିବ
ଜଟଣୀ- ଗୁଜୁରାଟର ହିରକ ସହର ସୁରଟଠାରେ ଅନୁଷ୍ଠିତ ରାଜଭାଷା ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ଅବସରରେ ନାଇଜରର କୁଳସଚିବ ଡ. ଅଭୟ କୁମାର ନାୟକ ଗତକାଲି ସୁରଟରେ ପରିଚାଳିତ ହେଉଥିବା ଓଡିଆ ବିଦ୍ଯାଳୟ ପରିଦର୍ଶନ କରିଥିଲେ। କଳିଙ୍ଗ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଉଦ୍ଦେଶ୍ଯରେ ମୂଲ୍ଯବୋଧ ତଥା ଜଗନ୍ନାଥ ସଂସ୍କୃତି ଉପରେ ବକ୍ତବ୍ଯ ରଖିଥିଲେ। ବକ୍ତବ୍ଯ ଶେଷରେ ଏକ ଆବେଗପୂର୍ଣ୍ଣ ମୁହୁର୍ତ୍ତରେ ପିଲାମାନେ ଓଁ ଉଚ୍ଚାରଣ କରି ବକ୍ତାକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡ ନାୟକ ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସି ଶିକ୍ଷକତା କରୁଥିବା ଶିକ୍ଷକ,ଶିକ୍ଷୟିତ୍ରୀଷମାନଙ୍କ ସହ ଭାବ ବିନିମୟ କରିଥିଲେ। ଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ଯ ବସନ୍ତ କୁମାର ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୯/୨୦୨୨----୯,୫୫ Sakhigopal News,16/9/2022