Breaking News

ନଦୀରେ ଭାସିଗଲେ ବୃଦ୍ଧା , ମୃତଦେହକୁ ଉଧାର କଲା ଅଗ୍ନିଶମ ବାହିନୀ



ଭଞ୍ଜନଗର – ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ପାଣିରେ ଭାସିଯାଇ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସାନଦୋଡଙ୍ଗା ଗାଁ ନିକଟ ବଡନଦୀ ରେ ସେହି ଗାଁର ଅମି ରାଉତ(୬୦) ବଡନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ନଦୀ ସ୍ରୋତରେ  ଭାସିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ସମୟଧରି ଖୋଜାଖୋଜି ପରେ  ମୃତଦେହକୁ ଉଦ୍ଧାର କରିଥିଲେ । ଖବରପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଥିଲେ ।  ଏସଂକ୍ରାନ୍ତରେ ଥାନା କେଶ୍ ନମ୍ବର ୨୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।  ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଶାସନ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସିମାଞ୍ଚଳ ବିଷୋୟୀ ଏବଂ ସ୍ଥାନୀୟ ସମାଜସେବୀ ଅଶୋକ କୁମାର ପରିଡ଼ା ଦାବି କରିଛନ୍ତି । ତେବେ ଗତ କିଛିବର୍ଷ ଧରି କ୍ରମାଗତ ଭାବେ  ବଡନଦୀ ବନ୍ୟାପାଣି ରେ ବୁଡି କିଛି ଲୋକଙ୍କ ମୃତ୍ୟୁ ହେବା ସହ  ବିପଦ ସଙ୍କୁଳ ଅବସ୍ଥାରେ ଥିବା ପାହାଚ ରେ ପଡ଼ି ଅନେକ ଆହତ ହୋଇଛନ୍ତି ।   ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ  ହେବାକୁଥିବା ପାହାଚ ନିର୍ମାଣ ରେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି  ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୨---୮,୪୦ Sakhigopal News,23/9/2022

Blog Archive

Popular Posts