Breaking News

ପଞ୍ଚସଖା କୃଷକ ଉତ୍ପାଦନ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ

 


ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ନୂଆବୁଢ଼ାକେରା ଠାରେ ପୁରୀ ପଞ୍ଚସଖା କୃଷକ ଉତ୍ପାଦନ ସଂଘର ନୂତନ କାର୍ଯ୍ୟାଳୟ  ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଶିକ୍ଷା ଓ ଅନୁସନ୍ଦାନ ଏସଓଏ ର ଅତିରିକ୍ତ ଅଧିକାରୀ ପିୟବ୍ରତ ପଟ୍ଟନାୟକ, ସିଇଓ ସଂମିତ ତ୍ରିପାଠୀ, ପିଆରଓ ଅଂଶୁମାନ ଜେନା, ଡ. ଶୁଭପ୍ରଦ ଦାସ ଯୋଗଦେଇ ନୂତନ କାର୍ଯ୍ୟାଳୟ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଶେଷ କରି ଏହି ଅଞ୍ଚଳର ଚାଷୀ ମାନଙ୍କର କିପରି ଉନ୍ନତି ସେ ବିସୟରେ ଆଲେଚନା କରିବା ସହ କୃଷକ ଉତ୍ପାଦନ ସଂଘ ଜରିଆରେ କିପରି ଚାଷୀ ମାନେ ସୁବିଧା ପାଇ ପାରିବେ ସେ ସମ୍ପର୍କରେ ଅତିଥି ମାନେ ଆଲେଚନା କରିଥିଲେ । ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଚାଷୀ ମାନେ ଯୋଗ ଦେଇଥିଲେ । କୃଷକ ଉତ୍ପାଦନ ସଂଘର କାର୍ଯ୍ୟକର୍ତ୍ତା ପ୍ରସନ୍ନ ମହାପାତ୍ର, ପ୍ରଫୁଲ ପରିଡା, କୈଳାଶଚନ୍ଦ୍ର ମହାପାତ୍ର, ଶିବ ପଣ୍ଡା, ଦେବୀ ପ୍ରସାଦ ବରାଳ ଓ ଅରୁଣ ଦଳେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂଘର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା,ଟିମ ଲିଡର ପ୍ରମୋଦ କୁମାର ରଣା, କ୍ୟାସିଅର ସୁଶିଲ ସ୍ୱାଇଁଙ୍କ ସହିତ ସାମାଜିକକର୍ମୀ ସୁଶିଲସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୯/୨୦୨୨   

Sakhigopal News, 17/9/2022

Blog Archive

Popular Posts